ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦ୍ୟୁତ୍ କାଟ୍ କୁ ନେଇ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଆଣିଛନ୍ତି । ସରକାରଙ୍କ ଦ୍ୱାରା ଘୋଷିତ ନୂତନ ବିଦ୍ୟୁତ ଟାରିଫ୍ ପ୍ଲାନ୍ ର ନବୀକରଣ ଅନୁଯାୟୀ ଏବେ ବିଦ୍ୟୁତ୍ ସବସିଡ୍ ସିଧା ସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । କେବଳ ଏତିକି ନୁହେଁ ବିନା ଘୋଷଣାରେ ବିଦ୍ୟୁତ୍ କାଟ୍ କରୁଥିବା କମ୍ପାନୀ ଉପରେ ସରକାରଙ୍କ ପକ୍ଷରୁ ଜରିମନା ବି ଲଗାଯିବ ।
ଏହି ଡ୍ରାଫ୍ଟକୁ କେନ୍ଦ୍ରସରକାରଙ୍କ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଯାହାକୁ ଆଗାମୀ ଅଗଷ୍ଟ ମାସରେ ଲାଗୁ କରାଯିବ । ଏହି ଡ୍ରାଫ୍ଟରେ କରାଯାଇଥିବା ପ୍ରାବଧାନ ଯୋଗୁଁ ବିଦ୍ୟୁତ୍ ଚୋରୀ ରୋକିବାରେ ସହାୟକ ମିଳିବ ଏବଂ ଉପଭୋକ୍ତାଙ୍କୁ ଆଉ ଅଘୋଷିତ ବିଦ୍ୟୁତ୍ କାଟ୍ ର ସାମ୍ନା କରିବାକୁ ପଡିବ ନାହିଁ ।
ଏହାସହିତ ଏବେ ଉପଭୋକ୍ତାଙ୍କଠାରୁ କମ୍ପାନୀ ପକ୍ଷରୁ ମନ ଇଛା ବିଦ୍ୟୁତ୍ ଚାର୍ଜ ନିଆଯାଇ ପାରିବ ନାହିଁ । କାରଣ ଟ୍ରାନ୍ସମିଶନ ଏବଂ ଡିଷ୍ଟ୍ରିବୁସନ ଦ୍ୱାରା ହେଉଥିବା ବିଦ୍ୟୁତ୍ କ୍ଷତି ବି ଉପଭୋକ୍ତାଙ୍କ ଖାତାରେ ଯୋଡି ଦିଆଯାଇଥାଏ । ମାତ୍ର ଏବେ ଉପଭୋକ୍ତା ଯେତିକି ବୁଦ୍ୟୁତ୍ ବ୍ୟବହାର କରିଥିବେ ସେତିକିର ଚାର୍ଜ କମ୍ପାନୀ ଲଗାଇ ପାରିବ ।
ନୂତନ ନିୟମ ଅନୁଯାୟୀ ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଘରେ ଘରେ ବିଦ୍ୟୁତ୍ ସଂଯୋଗ ଏବଂ ସ୍ମାର୍ଟ ମିଟର ଲଗାଯିବ ।