ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତକାଲି ସଂସଦରେ ଶୀତ କାଳିନ ଅଧିବେଶନ ଚାଲୁଥିବା ବେଳେ ପ୍ରଜ୍ଞା ଠାକୁର କିଛି ଏଭଳି କିଛି ବୟାନ ଦେଇଥିଲେ ଯେ ଯାହାକୁ ନେଇ ବର୍ତ୍ତମାନ ସାରା ଦେଶ ତାଙ୍କୁ ସମାଲୋଚନା କରିବାରେ ଲାଗିପଡିଛି । ତେବେ ଗତକାଲି ଏସପିଜି ସଂଶୋଧନ ବିଲ ଉପରେ ଆଲୋଚନା କରୁଥିବା ବେଳେ ପ୍ରଜ୍ଞା ଠାକୁର ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ ।ତେବେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହା ଉପରେ ମନ୍ତବ୍ୟ ରଖି କହିଥିଲେ ଯେ, ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ଅତ୍ୟନ୍ତ ନିନ୍ଦନୀୟ । ତେବେ ଏହାକୁ ନେଇ ବର୍ତ୍ତମାନ ପ୍ରଜ୍ଞା ଠାକୁରଙ୍କ ଉପରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମାମଲା ପରାମର୍ଶଦାତାରୁ ହଟାଇ ଦିଆଯାଇଛି । ଏହା ସହ ସାଧ୍ୱୀ ପ୍ରଜ୍ଞା ସଂସଦର ଅଧିବେଶନ ସମୟରେ ହେବାକୁ ଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ପାରିବେ ନାହିଁ। ଖବର ମୁତାବକ ବିଜେପି ହାଇକମାଣ୍ଡ ପ୍ରଜ୍ଞା ଠାକୁର ଦେଇଥିବା ବିବାଦୀୟ ବୟାନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଆଜି ବସିଥିବା ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଜ୍ଞା ଠାକୁର ଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟ କରାଯାଇଥିଲା । ଅନ୍ୟପଟେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନାଡ୍ଡା ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଳୟରୁ ହଟାଇବା ପାଇଁ ସୁପାରିସି କରିଛନ୍ତି । ଏହା ସହ ସେ ପ୍ରଜ୍ଞା ଠାକୁର ଦେଇଥିବା ବୟାନକୁ ନିନ୍ଦା କରିବା ସହ ପାର୍ଟି ଏହି ଭଳି ବୟାନକୁ ସର୍ମଥନ କରିବ ନାହିଁ ବୋଲି କହିଛନ୍ତି ।