ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରପୃଷ୍ଠର ରୋଭର ପ୍ରଜ୍ଞାନ ଶେଷ ହୋଇ ଆସୁଛି । ଆଉ ମାତ୍ରା ୬ ଦିନ ପରେ ଅଚଳ ହୋଇଯିବ ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠର ଦକ୍ଷୀଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହେବ ପ୍ରଜ୍ଞାନ । କିନ୍ତୁ ଏହାରି ମଧ୍ୟରେ ପ୍ରଜ୍ଞାନ ପ୍ରତିଦିନ କିଛି ନା କିଛି ଖୁସୀ ଖବର ଦେଉଛି ।
ଚନ୍ଦ୍ରଫୃଷ୍ଠରେ ସଲଫର ଥିବା ନେଇ ପ୍ରଜ୍ଞାନ ସୂଚନା ଦେଇଛି । ରୋଭରରେ ଥିବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପକ୍ଟ୍ରୋସ୍କୋପ ବା ଏପିଏକ୍ସଏସ ଜରିଆରେ ସଲଫରର ସୂଚନା ମିଳିଛି । ସେହିପରି ଏକ ନିରାପଦା ରୁଟ ସମ୍ପର୍କରେ ମଧ୍ୟ ରୋଭର ଗବେଷଣା କରୁଛି ।