ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ଲକ୍ଷେ୍ନøର ଏକ ରାଲିରେ ଯୋଗଦେଇ ଅମିତ ଶାହା ସିଏଏକୁ ନେଇ ଜୋରଦାର ବର୍ଷିଥିଲେ ବିରୋଧୀଙ୍କ ଉପରେ । ଏମିତିକି ଜୋରଦେଇ କହିଥିଲେ କୌଣସିବି ପରିସ୍ଥିତିରେ ପ୍ରତ୍ୟାହାର କରାଯିବ ନାହିଁ । ତେବେ ଏହାକୁ ଆଜି କାଉଣ୍ଟର କରିଛନ୍ତି ଜନତା ଦଳ (ୟୁନାଇଟେଡ) ର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ।
ସେ ଏନେଇ ଅମିତ ଶାହାକୁ ଆହ୍ୱାନ ଦେଇ ଏକ ଟ୍ୱିଟ କରି କହିଛନ୍ତି “ ସିଏଏ ଓ ଏନଆରପିକୁ ପ୍ରଣୟନ କରି ଦେଖନ୍ତୁ ତ! ସେ ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରି କହିଛନ୍ତି ନାଗରିକ ମାନଙ୍କ ମତ ଆଗ୍ରାହ୍ୟ କରିବା କୌଣସି ବି ସରକାରଙ୍କ ଶକ୍ତିର ଲକ୍ଷଣ ନୁହେଁ । ସରକାର ଘୋଷଣା କରିଥିବା ସିଏଏ ଓ ଏନଆରପିକୁ କାହିଁକି ପ୍ରଚଳନ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।