ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ବିଦ୍ୟୁତ ଚୋରୀ ଏବେ ସାରା ଦେଶ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି । ଯେଉଁଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ନୂଆ ନୂଆ ପଦକ୍ଷେପ ନିଆ ଯାଉଛି । ମାତ୍ର ଏସବୁ କିଛି ବିଦ୍ୟୁତ ଚୋରୀ ଆଗରେ ଫେଲ ମାରୁଛି । ତେବେ ବିଦ୍ୟୁତ ଚୋରୀ ଓ ବକେୟା ବିଦ୍ୟୁତ ବକେୟା ବିଲ ଆଦାୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନୂଆ ମିଟର ଲଗାଇବାକୁ ଯୋଜନା କରିଛନ୍ତି ।
ଆସନ୍ତା ୧୫ ନଭେମ୍ବରରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ନିଜ ଘରେ ଏହି ଅତ୍ୟାଧୁନିକ ମିଟର ଲଗାଇ ଏହି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନାକୁ ବ୍ୟାପକ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ହଜାର ପ୍ରିପେଡ ମିଟର ମଗାଯାଇଛି । ଏହି ମିଟର ସମସ୍ତ ରାଜନେତା ଓ ସରକାରୀ ଅଫିସରଙ୍କ ଘରେ ଲଗାଯିବ । ସୂଚନାଯୋଗ୍ୟ ଏବେ ଉତ୍ତର ପ୍ରଦେଶରରେ ବିଭିନ୍ନ ସରକାରୀ ବିଭାଗରେ ୧୩ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବାକି ରହିଛି । ଏହି ପ୍ରିପେଡ ମିଟର ଲାଗିଲେ ଆଉ ବିଦ୍ୟୁତ ଚୋରୀ ହୋଇ ପାରିବ ନାହିଁ । ଆଉ ସହଜରେ ବକେୟା ବିଲ ଆଦାୟ କରାଯିବ ।