ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଚାରି ଦିନିଆ ଆଣ୍ଡାବର ନିକୋବର ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତିଙ୍କ ସଚିବାଳୟରୁ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ମିଳିଛି ।
ପ୍ରେସ ବିଜ୍ଞପ୍ତି ଅନୁଯାୟୀ , ଫେବୃଆରୀ ୨୬ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପରିଦର୍ଶନ କରିବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିନ୍ତୁ ତାଙ୍କ ଗସ୍ତ ବିବରଣୀ ବିଷୟରେ କିଛି ଅଧିକ ସୂଚନା ଦିଆଯାଇନାହିଁ ।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମର ଉଦଘାଟନ କରିଥିଲେ । ଏହାର ନାମ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ମଧ୍ୟ ଦେଶର ଏକ କ୍ରୀଡ଼ା ଷ୍ଟାଡିୟମରେ ପରିଣତ ହୋଇଛି।