ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାରେ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୋମବାର ରାତିରେ ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ଗତମାସ କ୍ୟାବିନେଟର ମଞ୍ଜୁରୀ ପରେ ନୂତନ ଶିକ୍ଷା ନୀତି ର ଡ୍ରାଫ୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସହିତ ଏହି ନାମ ପରିବର୍ତ୍ତନ କରାଯାଇଛି । ନୂତନ ଶିକ୍ଷା ନୀତି ଆଗାମୀ ବର୍ଷରୁ କାର୍ଯ୍ୟକାରୀ ହୋଇଯିବ ।
୧୯୮୫ ମସିହାରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଶିକ୍ଷା ମନ୍ତ୍ରାଳୟର ନାମ ଏଚଆରଡି ମନ୍ତ୍ରାଳୟ ରଖାଯାଇଥିଲା । ପ୍ରଥମ ଏଚଆରଡି ମନ୍ତ୍ରୀ ଥିଲେ ପିଭି ନରସିଂହ ରାଓ ।
ସୂଚନାଯୋଗ୍ୟ, ଜୁଲାଇ ୨୯ ରେ ନୂତନ ଶିକ୍ଷା ନୀତିକୁ ମଞ୍ଜୁରୀ ଦେଇଥିଲେ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ । ଏହାସହିତ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରିବାର ନିଷ୍ପତି ନେଇଥିଲେ ।