ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସଂନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଦନା ଦିଆଯିବ । ସେ ଆସନ୍ତା କାଲି ପ୍ରଥମେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ସେ ବାଣୀବିହାର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲୀ କାର୍ଯ୍ୟକ୍ରମରେ ଯୋଗ ସୂଚନା ରହିଛି ।
ଅନ୍ୟପଟେ ଆଜି ଠାରୁ ୪ଦିନିଆ ଓଡିଶା ଗସ୍ତରେ ଆସିବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୭ତାରିଖ ୩.୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଂନ୍ଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଗତ କରିବେ । ଗତକାଲି ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ୩ଟା ସମୟରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର ୟୁନିଟ-୩ ପଡ଼ିଆରେ ଆୟୋଜିତ ଦିବ୍ୟାଙ୍ଗ ମହୋତ୍ସବ ୨୦୧୯ କାର୍ଯ୍ୟକ୍ରମ ଓ ସଂନ୍ଧ୍ୟାରେ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ସାହିତ୍ୟ ସଂସଦ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛିି । ସେହିଭଳି ଭୁବନେଶ୍ୱର ପ୍ରେସକ୍ଲବ ଠାରେ ଅନୁଷ୍ଠିତ ୭୧ତମ ଅର୍ନ୍ତଜାତିକ ମାନବ ଅଧିକାର ଦିବସ ଡିସେମ୍ବର ୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଥିରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେବା ସହ ୧୦ ତାରିଖ ଦିନ ସକାଳେ ରାଜ୍ୟପାଳ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ରହିଛି ।