ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଭାଇରସର ପ୍ରକୋପ ଥମିବାର ନାଁ ଧରୁନି । ଏପର୍ଯ୍ୟନ୍ତ ଦେଶରେ ୧୪୩୭୮ ମାମଲା ସାମ୍ନାକୁ ଆସିଥିବା ବେଳେ ୪୮୦ ଜଣଙ୍କର ଜୀବନ ଗଲାଣି । ଏମାନଙ୍କ ମଧ୍ୟରୁ ୧୯୯୨ ଜଣ ଆକ୍ରନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଗୃହମନ୍ତ୍ରାଳୟ ଏବଂ ଆଇସିଏମଆରର ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଅନ୍ୟପଟେ ଏହି ସାମ୍ବାଦିକ ସମ୍ମିଳନୀରେ ଗୃହ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି କି, କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତରେ ଫସି ରହିଥିବା ବିଦେଶୀ ଯାତ୍ରୀଙ୍କର ଭିଜା ଅବଧକୁ ବଢାଯିବ । ଏଥିପାଇଁ କୌଣସି ଶୁଳ୍କ ଲାଗିବ ନାହିଁ । ବିଦେଶରେ ଫସିଥିବା ବେଦଶୀ ପର୍ଯ୍ୟଟକ ସେମାନଙ୍କ ଭିଜା ବୃଦ୍ଧି ପାଇଁ ମେ’ ମାସ ୩ ତାରିଖ ଯାଏଁ ଆବେଦନ କରି ପାରିବେ । ଏହାବ୍ୟତିତ ଯେକୌଣସି ପ୍ରକାରର ସାହାଯ୍ୟ ପାଇଁ ୧୧୨ କୁ କଲ କରି ପାରିବେ ।