ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକ ଡାଉନର ଅବଧି ଆଜି ରାତି ୧୨ ଟାରେ ଶେଷ ହେବ । ଏହି ଅବସରରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଆଶା କରାଯାଉଛି ଆଜି ଲକ ଡାଉନ ଅବଧିକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ସାରା ଦେଶରେ ଲକ ଡାଉନ ଅବଧି ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ବିଭିନ୍ନ ରାଜ୍ୟ ଦାବି କରିଥିଲେ ।
ଏନେଇ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ତେବେ ଯାହା ସୂଚନା ମିଳୁଛି ବଭିନ୍ନ ଜୋନରେ ଦେଶରେ ଲଳ ଡାଉନ ଅବଧି ବୃଦ୍ଧି କରି ପାରନ୍ତି ପ୍ରଧାନମନ୍ତ୍ରୀ । ତେବେ ଏନେଇ ଆଜି ୧୦ ଟା ବେଲେ ସ୍ପଷ୍ଟ ହୋଇଯିବ ।