ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶକୁ ଆତ୍ମନିର୍ଭର କରିବା ପାଇଁ ଶିକ୍ଷା, ଗବେଷଣା ଏବଂ କୌଶଳ ବିକାସର ମହତ୍ୱକୁ ନେଇ ଆଜି ଦେଶକୁ ସମ୍ବନ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଆତ୍ମନିର୍ଭର ଭାରତ କରିବା ପାଇଁ ଦେଶର ଯୁବପିଡୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି ।
ଆତ୍ୱବିଶ୍ୱାସ ସିଧା ସଳଖ ଭାବେ ଶିକ୍ଷା ଏବଂ ନିଜର କୌଶଳ ଜ୍ଞାନ ସହ ଜଡିତ । ମୋଦି ଆଗକୁ ଆହୁରି ମଧ୍ୟ କହିଛନ୍ତି କି, ନୂତନ ଶିକ୍ଷା ପ୍ରଣାଳୀ ଏହି ମୁଖ୍ୟ ବିଚାର ଆଧାର ଉପରେ ବିକସିତ । ଆଜିର ଏହି ମନ୍ଥନ ଏଭଳି ସମୟରେ ହେଉଛି, ଯେତେବେଳେ ଦେଶ ସମଗ୍ର ଇକୋସିଷ୍ଟମକୁ ବଦଳାଇବା ଦିଗରେ ଦ୍ରୁତ ଗତିରେ ଗତି କରୁଛି ।
ପ୍ରଥମ ଥର ପାଇଁ ଉଚ୍ଚ ବିଦ୍ୟାଳୟରେ ଅଟଳ ଇନକ୍ୟୁବେସନ ସେଣ୍ଟର ଠାରୁ ଆରମ୍ଭ କରି ଦେଶର ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ଉପରେ ଧ୍ୟାନ ଦିଆଯାଇଛି। ଦେଶରେ ଷ୍ଟାର୍ଟ ଅପ୍ ପାଇଁ ହ୍ୟାକଥନର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି, ଯାହା ଦେଶର ଉଭୟ ଯୁବକ ଏବଂ ଶିଳ୍ପ ପାଇଁ ଏକ ବଡ଼ ଶକ୍ତି ପାଲଟିଛି ।
ଶିକ୍ଷା ଏବଂ ଅନୁସନ୍ଧାନକୁ ସୀମିତ ରଖିବା ଦେଶ ପ୍ରତି ଅନ୍ୟାୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ଆଦର୍ଶ ସହିତ ଆମେ ଯୁବକମାନଙ୍କ ପାଇଁ କୃଷି, ମହାକାଶ, ଆଣବିକ ଶକ୍ତି ଏବଂ ଊଜଊଙ ଖୋଲୁଛୁ, ଯାହା ନୂତନ ସାମର୍ଥ୍ୟରେ ପରିପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ ବିକାଶ କରାଯାଉଛି।