ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଜେଟ ପୂର୍ବରୁ ବସିବ ଏକ ସର୍ବଦଳୀୟ ବୈଠକ । ଯାହା ଜାନୁଆରୀ ୩୦ରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କରିବେ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚା ଦେଇଛନ୍ତି । କରୋନା ପାଇଁ ଭିଡିଓ କନଫରେନସିଙ୍ଗ ଜରିଆରେ ବୈଠକ ଅନୁଷ୍ଠିତ ହେବ ।
ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶି କହିଛନ୍ତି କି, ଜାନୁଆରୀ ୩୦ ରେ ସର୍ବଦଳୀୟ ବୈଠକ ହେବ ।
ଯେଉଁଥିରେ ସରକାର ବିଧାନସଭା କାର୍ୟ୍ୟର ବାହ୍ୟରେଖା ଉପସ୍ଥାପନ କରିବେ ଏବଂ ବିରୋଧୀଙ୍କ ମତାମତ ମଧ୍ୟ ଶୁଣିବେ। ଏହା ବ୍ୟତୀତ, ଏନଡିଏ ଅର୍ଥାତ୍ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ ମଧ୍ୟ ୩୦ ଜାନୁଆରୀରେ ବୈଠକ କରିବ ।
ଲୋକସଭା ସଚିବାଳୟର ବୟାନ ଅନୁସାରେ, ଦୁଇଟି ଭାଗରେ ଚାଲିବାକୁ ଥିବା ବଜେଟ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ରୁ ଆରମ୍ଭ ହୋଇ ଏପ୍ରି ୮ ପର୍ଯ୍ୟନ୍ତ ଚାଲିବ ।