ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ପୁଣି ଚିନ୍ତା ବଢାଇଛି କରୋନା । ଦେଶରେ ନୂତନ ଚିହ୍ନଟ ହୋଇଛି ଓମିକ୍ରନର ବିଏଫ.୭ ପ୍ରଜାତି । ଏହାପରେ ଆକ୍ସନ ମୋଡକୁ ଆସିଛନ୍ତି ସରକାର । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକ କରିବେ । ଏଥିରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା କରାଯିବ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମେତ ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ରହିବେ ।
ସ୍ୱାସ୍ଥ୍ୟମନ୍ତ୍ରୀ ଗତକାଲି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ । ଏନେଇ ଆଜି ଅନେକ ରାଜ୍ୟ ସରକାର ଏନେଇ ବୈଠକ କରୁଛନ୍ତି ।