ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । କିନ୍ତୁ ଏବେ ଲକ୍ ଡାଉନ୍ କଟକଣା ସାମାନ୍ୟ କୋହଳ କରାଯିବା ଦ୍ୱାରା ଲୋକେ ସେମାନଙ୍କ ଘରକୁ ଫେରୁଛନ୍ତି । ମାତ୍ର ଏହାରି ମଧ୍ୟରେ ୬ଟି ପୋଷା କୁକୁର ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲକ୍ ଡାଉନ୍ ରେ ଏହି ପୋଷା ଜନ୍ତୁ ବି ଅଟକି ରହିଛନ୍ତି । ସୋମନଙ୍କୁ ଏବେ ଦିଲ୍ଲୀରୁ ମୁମ୍ବାଇକୁ ଆଣିବା ପାଇଁ ଘରୋଇ ଜେଟ୍ ବୁକ୍ କରାଯାଇଛି । ଯେଉଁଥିରେ ଅନ୍ୟ କୌଣସି ଯାତ୍ରୀ ଯାତ୍ରା କରିବେ ନାହିଁ କେବଳ ସେହିମାନେ ହିଁ ଯାତ୍ରା କରିବେ ।
ଖବର ମୁତାବକ, ଦିଲ୍ଲୀରେ ଫସିଥିବା ପୋଷା ଜନ୍ତୁଙ୍କୁ ମୁମ୍ବାଇ ନେବା ପାଇଁ ୬ ସିଟ୍ ବିଶିଷ୍ଟ ଘରୋଇ ଜେଟ୍ ବୁକ୍ କରିଛନ୍ତି ସାଇବର ସିକ୍ୟୁରିଟି ରିସର୍ଚ୍ଚର ଦୀପିକା ସିଂହ । ଯେଉଁଥି ପାଇଁ ୯ ଲକ୍ଷ ଟଙ୍କାରୁ ଅଧିକ ଦାମ୍ ଦେବାକୁ ପଡିଛି । ଏଭଳି କରିବା ପଛରେ ଏକ ହୃଦୟସ୍ପର୍ଶୀ କାରଣ ଦର୍ଶାଇଛନ୍ତି ଦୀପିକା । ପ୍ରକୃତରେ ଦୀପିକା ଯେତେବେଳେ ଘରୋଇ ଜେଟ୍ ବୁକ୍ କରିଲେ ସେତେବେଳେ ତାଙ୍କ ସମ୍ପର୍କୀୟ ପୋଷା କୁକୁରଙ୍କ ସହ ଯାତ୍ରା କରିବା ପାଇଁ ମନା କରି ଦେଇଥିଲେ । ଯାହାଫଳରେ ଦୀପିକା ଅନ୍ୟ ଏକ ନିଷ୍ପତି ନେଇ ପୋଷା କୁକୁରଙ୍କ ପାଇଁ ଆଉ ଏକ ଜେଟ୍ ବୁକ୍ କରିଥିଲେ ।
୬ ସିଟ୍ ବିଶିଷ୍ଟ ଘରୋଇ ଜେଟ୍ ପାଇଁ ଘରୋଇ ଜେଟ୍ କମ୍ପାନୀ ଏକ୍ରିଶନ୍ ଏଭିଏଶନ ସହ ସମ୍ପର୍କ କରିଥିଲେ ଦୀପିକା ।