ଗୁଜୁରାଟ(ଏଟିଆର ବ୍ୟୁରୋ):ଆଜି ଗୁଜୁରାଟ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଣି ହେଇଛି । ଗୁଜୁରାଟ ହାଇ କୋର୍ଟ ପକ୍ଷରୁ ଶୁଣାଣୀ କରି କୁହାଯାଇଛି ଯେ, ଜୁନ ୩୦ ସୁଦ୍ଧା ଯେଉଁ ଅଭିଭାବକ ମାନେ ନିଜ ସନ୍ତାନ ମାନଙ୍କ ପାଇଁ ସ୍କୁଲ ଫି ଦେଇପାରିନାହାନ୍ତି ଘରୋଇ ସ୍କୁଲ ସେମାନଙ୍କ ପିଲାଙ୍କ ଆଡମିସନ ରଦ୍ଦ କରିପାରିବ ନାହିଁ । କୋର୍ଟ ପକ୍ଷରୁ ଆହୁରୁ ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ଓ ଲକଡାଉନ ଦୃଷ୍ଟିରୁ ଘରୋଇ ସ୍କୁଲ ମାନେ ଅନଲାଇନ କ୍ଲାସ ଓ ପରୀକ୍ଷା କରୁଛନ୍ତି । ଏହା ଛାତ୍ରାଛାତ୍ରୀ ଓ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବକ ପକାଉଛି, ତାହା ଉପରେ ପ୍ରଶାସନ ନଜର ରଖୁ ।
ତେବେ କରୋନା ମହାମାରୀ ପାଇଁ ସାରା ଦେଶରେ ସ୍କୁଲ ବନ୍ଦ ହୋଇ ରହିଛି । ଏହି ସମୟରେ ଘରୋଇ ସ୍କୁଲ ଫି ବାବଦକୁ ନେଇ ବହୁ ବିବାଦ ଦେଖିବା ପାଇଁ ମିଳିଛି । ଲକ୍ ଡାଉନ ସମୟରେ ଘରୋଇ ସ୍କୁଲ ମାନେ ଫି ନ ଦେଲେ ପିଲାଙ୍କ ଆଡମିସନ ରଦ୍ଦ କରିବା ପାଇଁ ଧମକ ଦେଉଥିଲେ ବୋଲି ଅଭିଭାବକ ମାନେ ଅଭିଯୋଗ କରିଥିଲେ । ଏହାକୁ ନଜରରେ ରଖି କୋର୍ଟ ପକ୍ଷରୁ ଏଭଲି ନିଷ୍ପତି ନିଆଯାଇଛି । ତେବେ ଆଜି ଗୁଜୁରାଟ ହାଇକୋର୍ଟ ପକ୍ଷରୁ ନିଆଯାଇଥିବା ନିଷ୍ପତି ଅନ୍ୟ ରାଜ୍ୟ ମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।