ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କଂଗ୍ରେସକୁ ବାଏ କଲେ ପ୍ରିୟଙ୍କା । କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଆଜି କଂଗ୍ରେସରୁ ଇସ୍ତପା ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ନର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ପ୍ରିୟଙ୍କାଙ୍କ କଂଗ୍ରେସରୁ ଇସ୍ତପା ଦେବା ରାଜନୀତି ପାଣିପାଗକୁ ସରଗରମ କରିଛି । ଗତ କିଛି ଦିନ ହେଲା କଂଗ୍ରେସରେ ଅସାଧୁ ଲୋକଙ୍କୁ ବେଶି ପ୍ରଶୟ ଦିଆଯାଉଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । ପ୍ରିୟଙ୍କା ତାଙ୍କ ଇସ୍ତପାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ଏପ୍ରିଲ ୧୭ ତାରିଖରେ ପ୍ରିୟଙ୍କା ମଥୁରା ଯାଇଥିବା ବେଳେ ସେଠାରେ ତାଙ୍କୁ କିଛି କଂଗ୍ରେସ ନେତା ଖରାପ ବ୍ୟବହାର କରିଥିବା ସେ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିଲେ । ସେ ନିଜ ଟ୍ୱିଟର ପେଜରେ ଲେଖିଥିଲେ ଯେଉଁମାନେ କଷ୍ଟ କରି ନିଜ ପଦ ପ୍ରତିଷ୍ଠା ତିଆରି କରୁଛନ୍ତି ଦଳରେ ତାଙ୍କୁ ସମ୍ମାନ ମିଳୁନାହିଁ । ବରଂ ଗୁଣ୍ଡା ମାନଙ୍କୁ ସେତିକି ସମ୍ମାନ ମିଳୁଛି । ଯେଉଁ ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଆଜି ସେ ନିଜ ଟ୍ୱିଟର ପେଜରୁ ରାଷ୍ଟ୍ରୀୟ ପ୍ରବକ୍ତା ପଦକୁ ହଟାଇ ଦେଇଛନ୍ତି । ପ୍ରିୟଙ୍କା କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ବିଭିନ୍ନ ସମୟରେ ଗଣମାଧ୍ୟମର ବିଭିନ୍ନ ବିତର୍କରେ ଭାଗ ନିଅନ୍ତି ।