ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ଉତ୍ତର ପୂର୍ବର ମହାସଚିବ ଭାବେ ନିଯୁକ୍ତି କରିବା ହୁଏତ କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍ କୁହାଯାଇପାରେ । କିନ୍ତୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏହାକୁ ଦିବ୍ୟଂଯୋଗ କରନ୍ତି ନାହିଁ । ଉତ୍ତର ପ୍ରଦେଶରେ ଶାସକ ଦଳରେ ଥିବା ବିଜେପିର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି କି , ପ୍ରିୟଙ୍କା ଗାନ୍ଧୀଙ୍କ ନିଯୁକ୍ତି ଆଗାମୀ ଲୋକସଭା ନିର୍ବାଚନରେ କୌଣସି ଖାସ୍ ଫ୍ୟାକ୍ଟର ପ୍ରମାଣିତ ହେବ ନାହିଁ । କାରଣ ପୂର୍ବରୁ ନିର୍ବାଚନ ପାଇଁ ନିଜ ଦଳ ପାଇଁ ପ୍ରଚାର ତାଙ୍କର ଅସଫଳ ରହିଛି ।
ଖବରମୁତାବକ, ବର୍ଷ ୨୦୧୪ ଲୋକସଭା ନିର୍ବାଚନରେ ୟୁପିର ୮୦ ସିଟ୍ ରୁ ବିଜେପି ୭୧ ଏବଂ ତାର ସହଯୋଗୀ ଦଳ ୨ ଟି ସିଟ୍ ରେ ବିଜୟ ପତାକା ଉଡାଇଥିଲେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିନେଶ ଶର୍ମା କହିଛନ୍ତି କି ଉତ୍ତର ପ୍ରଦେଶ ଜନତା ସମାସବାଦୀ ପାର୍ଟି ଏବଂ ବହୁଜନସମାଜବାଦୀ ପାର୍ଟିର ଗଠବନ୍ଧନକୁ ଖାରଜ କରିବେ ଏବଂ ଅ।।ଗମୀ ଲୋକସଭା ତାଲିକାରେ ବିଜେପି ଆହୁରୀ ଉପରକୁ ଉଠିବ ।
ଶ୍ରୀ ଶର୍ମା କହିଛନ୍ତି କି, ଗତ ଦୁଇଟି ସଂସଦୀୟ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ନିଜ ପାର୍ଟି ପାଇଁ ପ୍ରଚାର କରିଥିଲେ, କିନ୍ତୁ ଏହାର କୌଣସି ପରିଣାମ ବାହାରିଲା ନାହିଁ । ମାତ୍ର ଆମ ନେତା ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ୟୁପି ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ଲୋକସଭା ନିର୍ବାଚନରେ ବି ବିପକ୍ଷ ଦଳକୁ ହରାଇବେ । ଏହାସହିତ ଏଥରକ ବିଜେପି ନେତୃତ୍ୱରେ ଥିବା ଏନଡିଏ ୟୁପିରେ ୭୪ଟି ଲୋକ ସଭା ସିଟ୍ ବିଜୟୀ ହେବ ବୋଲି ଶର୍ମା ଦାବି କରିଛନ୍ତି ।
ଏହାବ୍ୟତିତ ଶ୍ରୀ ଶର୍ମା କହିଛନ୍ତି ଯେ, ରାମମନ୍ଦିର ପ୍ରସଙ୍ଗ ଆମ ପାଇଁ ରାଜନୀତି ନୁହେଁ, ବରଂ ଏହା ଆସ୍ଥା ସହ ଜଡିତ ମାମଲା ଏବଂ ଆପଣ ପ୍ରତ୍ୟେକ ଦିନ ଆପଣଙ୍କ ଆସ୍ଥାକୁ ବଦଳାଇ ପାରିବେ ନାହିଁ । ଆମକୁ ବିଶ୍ୱାସ ରହିଛି କି ରାମ ମନ୍ଦିର ନିର୍ମାଣ ହେବ । ଆମେ କୋର୍ଟର ନିର୍ଣ୍ଣୟକୁ ଅପେକ୍ଷା କରିଛୁ ।