ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋବାଇଲ ଗେମ ପବଜୀ ମୋବାଇଲ ଏବଂ ପବଜୀ ଲାଇଟ୍ କୁ ଗତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଥିଲା । କିନ୍ତୁ ଏହାପରେ ବି ଯେଉଁ ବ୍ୟକ୍ତିଙ୍କ ମୋବାଇଲରେ ପୂର୍ବରୁ ପବଜୀ ମୋବାଇଲ ଏବଂ ପବଜୀ ଲାଇଟ ଡାଉନଲୋଡ ହୋଇଥିଲା ତାହା ବ୍ୟବହାର ହୋଇପାରୁଥିଲା । ମାତ୍ର ଆଜିଠାରୁ ଭାରତୀୟ ୟୁଜର୍ସ କୌଣସି ଉପାରେ ପବଜୀ ମୋବାଇଲ ଏବଂ ପବଜୀ ଲାଇଟ ବ୍ୟବହାର କରିପାରିବେ ନାହିଁ । ଏନେଇ ପବଜୀ ଇଣ୍ଡିଆ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛି ।
ପବଜୀ ମୋବାଇଲ ତାର ଏକ ଫେସବୁକ ପୋଷ୍ଟରେ ଲେଖିଛି କି, ଡିୟର ଫ୍ୟାନ୍ସ, ୨୦୨୦ ସେପ୍ଟମ୍ବର ୨ ତାରିଖରେ ଇଲେକ୍ଟ୍ରନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟର ଅନ୍ତରିମ ଆଦେଶ ପରେ ଟେନସେଣ୍ଟ ଗେମ୍ସ ଭାରତରେ ତାର ସମସ୍ତ ସେବା ଏବଂ ଆକ୍ସେସକୁ ୩୦ ଅକ୍ଟୋବର ,୨୦୨୦ ରୁ ବନ୍ଦ କରିବାକୁ ଯାଉଛି । ୟୁଜର୍ସଙ୍କ ଡାଟା ସୁରକ୍ଷା ସର୍ବଦା ଆମର ପ୍ରାଥମିକତା ରହିଛି ଏବଂ ଆମେ ସର୍ବଦା ଭାରତରେ ଲାଗୁ ହୋଇଥିବା ଡାଟା ସୁରକ୍ଷା ଆଇନ ଏବଂ ନିୟମର ଅନୁପାଳନ କରିଆସୁଛୁ । ଆମେ ଏଠାରୁ ଯିବାରୁ ବହୁତ ଦୁଃଖିତ । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ଭାରତରେ ପବଜୀ ମୋବାଇଲ ଏବଂ ପବଜୀ ଲାଇଟ୍ ବ୍ୟାନ ହେବା ଦ୍ୱାରା ଟେନସେଣ୍ଟକୁ ୨.୪୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ୨୦୧୮ ମସିହାରେ ଭାରତରେ ଲଞ୍ଚ କରାଯାଇଥିଲା ପବଜୀ । ୨୦୨୦ ମସିହାରେ ଏହାକୁ ବ୍ୟାନ କରାଯାଇଛି ।