ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହୀଦ ହୋଇଥିଲେ । ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନ ଜୈଶ-ଏ-ମୋହମ୍ମଦ ଏକ ଭିଡିଓ ଜାରି କରି ଏହି ମାମଲାର ଦାୟିତ୍ୱ ନେଇଛନ୍ତି । ସିିଅରିପିଏଫି ଯବାନଙ୍କ ଏକ କାଫିଲା ଜମ୍ମୁ ରୁ ଶ୍ରୀନଗର ଗଲା ବେଳେ ଲୋଥପୋରା ନକଟବର୍ତ୍ତି ଏକ ଫିଦାଇନ୍ ଯୁକ୍ତ ବୋମା ଭରା କାରଟି ଯବାନଙ୍କ ଗାଡି ଧକ୍କା କରାଯାଇ ବିସ୍ଫୋରଣ କରାଯାଇଥିଲା । ଏହି କାଫିଲାରେ ପାଖାପାଖି ୨୫୦୦ ଯବାନ ସାମିଲ ଥିଲେ ।
ଏହି ଆତ୍ମଘାତୀ ବିସ୍ଫୋରଣ ପରେ ସାରା ଦେଶ ରାଗରେ ଜର୍ଜରିତ ହେଉଛି । ଏହାସହିତ ଦେଶବାସୀ ସୋସିଆଲ ମିଡିଆରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହି ପାକିସ୍ତାନଠାରୁ ପ୍ରତିଶୋଧ ନେବା ପାଇଁ ଦାବି କରୁଛନ୍ତି । ଏନେଇ ସୋସିଆଲ ମିଡିଆରେ ପାକିସ୍ତାନରୁ ବି ପ୍ରତିକ୍ରିୟା ଆସୁଛି ।
ଏହି ମାମଲାରେ ପାକିସ୍ତାନର ଜଣେ ମହିଳା ସାମ୍ବାଦିକା ସହର ମିର୍ଜା ତାଙ୍କ ମନର କଥା ଜଣାଇଛନ୍ତି । ମିର୍ଜା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ଚାର୍ଟ ପେପର ଧରି ଠିଆ ହୋଇଛନ୍ତି । ସେଥିରେ କିଛି ଲେଖା ହୋଇଛି କି, ‘ମୁଁ ଜଣେ ପାକିସ୍ତାନୀ ଏବଂ ପୁଲୱାମା ଆତଙ୍କବାଦୀ ହମଲାକୁ ନିନ୍ଦା କରୁଛି ।’ ଏହାସହିତ ଏହି ପେପରରେ ମିର୍ଜା ଲେଖିଛନ୍ତି #Antihatechallenge or #NoToWar.
I won't trade humanity for patriotism #AntiHateChallenge #NoToTerrorism #WeStandWithIndia #NoToWar
Posted by Sehyr Mirza on Tuesday, February 19, 2019
ଏହାସହିତ ସେ ଏହି ପୋଷ୍ଟର କ୍ୟାପସନରେ #WeStandWithIndia Or #NoToTerrorism ବି ଲେଖିଛନ୍ତି । ମିର୍ଜାଙ୍କ ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି କି ସେ ଏହି ପୋଷ୍ଟ ମାଧ୍ୟମରେ ସନ୍ଦେଶ ଦେବାକୁ ଚାହୁଁଛନ୍ତି କି ସେ ଭାରତ ସହିତ ଅଛନ୍ତି ଏବଂ ଆତଙ୍କବାଦୀକୁ ବିରୋଧ କରୁଛନ୍ତି ।