ପୁରୀ ( ଏଟିଆର ବ୍ୟୁରୋ): ପୁରୀ ଗଣ ଦୁଷ୍କର୍ମ ଘଟଣାର ଚତୁର୍ଥ ଅଭିଯୁକ୍ତକୁ ରାଗଡାରୁ ଗିରଫ କରିଛି ପୋଲିସ । ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରକକୁ ଗିରଫ କରିଛି । ବୁଲୁ ବାରିକ ଜଣେ ଆରପିଏଫ କର୍ମଚାରୀ ବୋଲି ସୂଚନା ମିଳିଛି । ତାଙ୍କ ଘର ପୁରୀ ରେଣ୍ଡା ଗାଁଁରେ ବୋଲି ଜଣା ପଡିିଛି ।
ପୂର୍ବରୁ ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରି ସାରିଛି । ସୂଚନାଯୋଗ୍ୟ ପୁରୀ ପୋଲିସ ଲେଇନରେ ଥିବା ପୋଲିସ କ୍ୱାଟରରେ ଜଣେ ଯୁବତୀଙ୍କୁ ନିମାପଡାରୁ ଟେକି ଆଣି ଦୁଷ୍କର୍ମ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ ।