ୟୁପି ( ଏଟିଆର ବ୍ୟୁରୋ): ଆଜି ରାହୁଲ ଗାନ୍ଧି ତାଙ୍କ ପାରମ୍ପରିକ ଆସନ ତଥା ଏଥର ଲୋକସଭା ନିର୍ବାଚନରେ ହାରିଥିବା ଆସନ ଆମେଠିରେ ପହଞ୍ଚିଛନ୍ତି । ସେଠାରେ ସେ ଆଜି ସାଧାରଣ ଲୋକଙ୍କ ସହିତ ଆଲୋଚନା କରିବା ସହିତ ସ୍ଥାନୀୟ କଂଗ୍ରେସ ନେତାଙ୍କ ସହିତ ଆଲୋଚନା କରି ପରାଜୟର ସମୀକ୍ଷା କରିବେ ବୋଲି ଜଣାପଡିଛି । ଏହି ଅବସରରେ ଆଜି ଆମେଠିରେ ଏକ ପରାଜୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ ଆମେଠି ଲୋକସଭା ଆସନ କଂଗ୍ରେସର ପାରମ୍ପରିକ ଆସନ । ଏହି ଆସନରୁ ପୂର୍ବରୁ ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧି ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ୨୦୦୪ ମସିହାରେ ଏହି ଆସନରୁ ରାହୁଲ ଗାନ୍ଧି ନିର୍ବାଚନ ଲଢି ଆସୁଛନ୍ତି । ଚଳିତ ଥର ଉକ୍ତ ଆସନରେ ତାଙ୍କ ବିପକ୍ଷରେ ନିର୍ବାଚିନ ଲଢିଥିଲେ ବିଜେପିରୁ ସ୍ମୃତି ଇରାନୀ । ସ୍ମୃତି ଇରାନୀ ୨୦୧୪ ମସିହାରେ ଏହି ଆସନରୁ ପରାଜିତ ହୋଇଥିବା ବେଳେ ଏଥର କିନ୍ତୁ ବାଜି ମାରି ନେଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ପରାସ୍ତ କରିଛନ୍ତ ିସ୍ମୃତି । ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ରାହୁଲ ଆମେଠିରେ ପାଦ ରଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଆମେଠି ଲୋକସଭା ଆସନଟି ରାଜୀବ ଗାନ୍ଧିଙ୍କ ସମୟରୁ ହିଁ କଂଗ୍ରେସ ଅଧିନରେ ରହି ଆସିଥିଲା । ପ୍ରଥତମ ଥର ପାଇଁ ଏଠାରେ ରାହୁଲ ଗାନ୍ଧି ପରାଜୟର ସ୍ୱାଦ ଚାଖିଛନ୍ତି ।