ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କଂଗ୍ରେସର ଅଧ୍ୟକ୍ଷକୁ ନେଇ ଲାଗିଥିବା ଦ୍ୱନ୍ଦ ଦିନକୁ ଦିନ ଅଧିକ ଗଭୀର ହେବାରେ ଲାଗିଛି । ଏବେ କଂଗ୍ରେସର କୌଣସି ଅଧ୍ୟକ୍ଷ ନାହାନ୍ତି ବୋଲି ଆଜି ଖୋଦ ରାହୁଲ ଗାନ୍ଧୀ କହିଛନ୍ତି । ଶ୍ରୀ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି “ ମୁଁ ଏବେ କଂଗ୍ରେସର ଅଧ୍ୟକ୍ଷ ନୁହେଁ’ ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦେଇଛି’ । ସେ କହିଛନ୍ତି କଂଗ୍ରେସ ୱାକିଂଙ୍ଗ କମିଟି ( ସି ଡବ୍ଲୁସି) ଖୁବ ଶିଘ୍ର ନୂଆ କଂଗ୍ରେସ ଅଧ୍ୟକ୍ଷ ନେଇ ନିର୍ବାଚନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ତେବେ ରାହୁଳଙ୍କ ଏହି ବୟାନ ପରେ ଏବେ ସ୍ପଷ୍ଟ ହୋଇଛି ନେହେରୁ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ ହେବେ । ସୂଚନାଯୋଗ୍ୟ ବିଶେଷ ସୂତ୍ରର ଖବର ଅନୁସାରେ ରାହୁଳ ଗାନ୍ଧି କୌଣସ ପ୍ରକାରେ ନିଜ ଇସ୍ତଫା ପତ୍ର ଫେରାଇବେ ନାହିଁ ବୋଲି ଜଣା ପଡିଛି ।
ଏଇ ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ନିଜ ଇସ୍ତପା ପତ୍ର କାର୍ଯ୍ୟକର୍ତ୍ତା କମିଟି ପାଖକୁ ପଠାଇଥିଲେ । ଏନେଇ କଂଗ୍ରେସର ବହୁ ବରିଷ୍ଠ ନେତା ବୁଝାଇଥିଲେ । ମାତ୍ର ରାହୁଳ ନିଜ ଜିଦରେ ଅଟଳ ରହିଛନ୍ତି ।