ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ପରାଜୟ ନେଇ ରାହୁଳ ଗାନ୍ଧି ପଦ ଛାଡିବା ଜିଦରେ ଅଟଳ ରହିଛନ୍ତି । ସେ ଦେଇଥିବା ଇସ୍ତପା ପତ୍ରକୁ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ଆଗ୍ରାହ୍ୟ କରିଥିଲେ ମଧ୍ୟ ସେ ରାହୁଲ ପଦ ଛାଡିବା ଜିଦରେ ଅଟଳ ରହିଥିବା ସୂଚନା ମିଳିଛି । ଏମିତିକି କଂଗ୍ରେସ ପାଇଁ ଆଉ କାହାକୁ ବିକଳ୍ପ ଖୋଜିବାକୁ ସେ କହିଛନ୍ତି । ଏ ନେଇ ରାହୁଲ କଂଗ୍ରେସ ଦୁଇ ବରିଷ୍ଠ ଅହମ୍ମଦ ପଟେଲ ଓ କେସି ଭେନୁଗୋପାଲଙ୍କ ସହ ବୈଠକ କରିଛନ୍ତି ।
ବୈଠକରେ ନୂଆ ନେତା ବାଛିବା ପାଇଁ ସେ ଏ ଦୁଇ ବରିଷ୍ଠ ନେତାଙ୍କୁ କହିଛନ୍ତି । ଆହୁରି ମଧ୍ୟ କହିଛ ନ୍ତି ନୂଆ ନେତା ନମିଳିବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ମୋଦି ଲହରୀରେ କଂଗ୍ରେସ ଧରାଶାୟୀ ହୋଇ ପଡିଛି । କଂଗ୍ରେସ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରଦର୍ଶନ ଖରାପ କରିଛି । ସେହିଭଳି କେତେକ ରାଜ୍ୟରେ ମୂଳରୁ ଥାତା ମଧ୍ୟ ଖୋଲି ପାରିନାହିଁ ।
ଯାହାକୁ ନେଇ ରାହୁଳ ଗାନ୍ଧି ନିଜକୁ ଦାୟୀ କରିବା ସହ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତପା ଦେବାକୁ ଜିଦ କରୁଛନ୍ତି । ଏ ନେଇ କେନ୍ଦ୍ର କାର୍ଯ୍ୟକାରିଣୀ କମିଟି ଏହାକୁ ଆଗ୍ରାହ କରିଛନ୍ତି । ପରାଜୟ ପାଇଁ କେବଳ ରାହୁଲ ଗାନ୍ଧି ଦାୟୀ ନୁହନ୍ତି ବୋଲି କମିଟିର ସଦସ୍ୟମାନେ କହିବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ରାହୁଲଙ୍କ ସହ ନବ ନିର୍ବାଚିତ ସାଂସଦଙ୍କର ଆଜି ଏକ ବୈଠକ ହେବାର ଥିଲେ ମଧ୍ୟ ରାହୁଲ କାହାକୁ ସାକ୍ଷାତ କରିବେ ନାହିଁ ବୋଲି କହିଛନ୍ତି।