ମୁମ୍ବାଇ ( ଏଟିଆର ବ୍ୟୁରୋ): ଆମେ ମାନେ ସାଧାରଣତ ରେଳ ଧାରଣା ଟିଏ ପାରି ହେବା ବେଳେ ରାସ୍ତାର ଏକଡ ସେକଡ ଦେଖି ଆମେ ମନଇଚ୍ଛା ଟ୍ରାକରେ ଯାଉ । ଯାହା ଦ୍ୱାରା ଅନେକ ସମୟରେ ଲୋକମାନେ ଦୂର୍ଘଟଣାର ଶୀକାର ହୋଇଥାନ୍ତି । ତେବେ ଏଥିରେ ରୋକ ଲଗାଇବା ପାଇଁ ମୁମ୍ବାଇରେ ଏକ ନୂତନ କୌଶଳରେ ସଚେତନ କରାଯିବ । ଯଦି ଆପଣ ଭୁଲ ବାଟ ଦେଇ ଯାଉଛନ୍ତି ତେବେ ସେଠି ଯମ ଆପଣଙ୍କୁ ଟେକି ନେବ ।
अनाधिकृत रूप से पटरी पार ना करें, यह जानलेवा हो सकता है ।
अगर आप अनाधिकृत तरीक़े से पटरी को पार करते हैं तो सामने यमराज खड़े हैं ।
मुंबई में पश्चिम रेलवे द्वारा आरपीएफ के साथ मिलकर 'यमराज' के कैरेक्टर के माध्यम से लोगों को जागरूक किया जा रहा है। pic.twitter.com/UM5O5OYQIR
— Ministry of Railways (@RailMinIndia) November 7, 2019
ପୋଲିସ ଯଗାଇବା ଅପେକ୍ଷା ରେଳ ବିଭାଗ ଏବେ ଷ୍ଟେସନରେ ଯମ ଜଗେଇବ ବୋଲି ସୂଚନା ମିଳିଛି । ପଶ୍ଚିମ ମୁମ୍ବାଇରେ ମଧ୍ୟ ଏହା ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ ହୋଇଛି । ଏଠାରେ ଯମ ବେଶରେ ଥିବା ଲୋକ ଯଦି ଆପଣ ଭୁଲ ବାଟ ଦେଇ ରେଳ ଧାରଣା ପାର କରୁଛନ୍ତି ତେବେ ସେ ଆପଣଙ୍କୁ ସଂଙ୍ଗେ ସଂଙ୍ଗେ କାନ୍ଧରେ ପକାଇ ଉଠାଇ ନେବ । ଏନେଇ ରେଳବାଇ ପକ୍ଷରୁ ଏକ ଟ୍ୱିଟ ମାଧ୍ୟମରେ ଫଟୋ ସେୟାର କରାଯାଇଛି ।