ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପୁଣି ରେଳ ଯାତ୍ରୀଙ୍କୁ ବଡ ଝଟକା । ଟ୍ରେନ୍ ରେ ଚା ଏବଂ ଜଳଖିଆ ଦର ବଢିବା ପରେ ଏବେ ଟିକେଟ୍ ଦର ବୃଦ୍ଧି ହୋଇଛି । ଆଜ୍ଞା ହଁ ରାଜଧାନୀ, ଶତାବ୍ଧୀ ଏବଂ ଦୁରନ୍ତ ଭଳି ଟ୍ରେନ୍ ରେ ଯାତ୍ରା କରିବା ଯାତ୍ରୀଙ୍କ ପାଇଁ ମହଙ୍ଗା ହେବ ।
ଏହାପୂର୍ବରୁ ୨୦୧୪ ମସିହାରେ ଦରରେ ପରିବର୍ତ୍ତନ କରାଯାଇଥିଲା । ରେଲୱେ ବୋର୍ଡର ସର୍କୁଲାର ଅନୁଯାୟୀ, ଆଇଆରସିଟିସିର ଆଗ୍ରହ ଏବଂ ବୋର୍ଡ ପକ୍ଷରୁ ଗଠିତ ମେନ୍ୟୁ ଆଣ୍ଡ ଟାରିଫ୍ କମିଟିର ସୁପାରିଶ ଉପରେ ଦର ବୃଦ୍ଧିର ନିଷ୍ପତି ନିଆଯାଇଛି । ଏହି ସଂଶୋଧିତ କ୍ୟାଟେରିଙ୍ଗ ଚାର୍ଜ ଆଗାମୀ ବର୍ଷ ମାର୍ଚ୍ଚ ୨୯ ରେ ଲାଗୁ ହେବ ।
ସୂଚନାଯୋଗ୍ୟ,ରାଜଧାନୀ, ଦୁରନ୍ତ ଏବଂ ଶତାବ୍ଧୀ ଟ୍ରେନର ଫାଷ୍ଟ ଏସି ଯାତ୍ରୀ ପୂର୍ବରୁ ସକାଳର ଚା’ ପାଇଁ ୧୫ ଟଙ୍କା ଦେଉଥିଲେ ମାତ୍ର ଏବେ ଏହାର ଦର ପରିବର୍ତ୍ତନ ହୋଇ ୩୫ ଟଙ୍କା ହୋଇଛି । ସେହିପରି ପୂର୍ବରୁ ଜଳଖିଆ ୯୦ ଟଙ୍କା ଥିଲା ଏବେ ୧୪୦ ଟଙ୍କା ହୋଇଛି । ଏବଂ ମଧ୍ୟାହ୍ନ ଏବଂ ରାତ୍ର ଭୋଜନ ପାଇଁ ୧୪୫ ବଦଳରେ ୨୪୫ କରାଯାଇଛି । ଏହିଭଳି ଭାବେ ଟ୍ରେନର ବିଭିନ୍ନ କୋଚ୍ ପାଇଁ ଚା ଏବଂ ଭୋଜନର ଭିନ୍ନ ଭିନ୍ନ ଦର ରଖାଯାଇଛି ।