ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଟି ତଳେ ଥିବା ସୁଢଙ୍ଗ ଭିତରେ ଟ୍ରେନ୍ ଚାଲୁଥିବାର ଆପଣମାନେ ଜାଣିଥିବେ, କିନ୍ତୁ ଆପଣମାନେ ଜାଣିଛନ୍ତି କି ଭାରତରେ ପାଣି ଭିତରେ ଟ୍ରେନ୍ ଚାଲୁଥିବାର । ଆଜ୍ଞା ହଁ ଏବେ ଦେଶରେ ଖୁବ୍ ଶୀଘ୍ର ପାଣି ଭିତରେ ଚାଲିବ ଟ୍ରେନ୍ । ଏନେଇ କାମ ଜୋର ସୋରରେ ଚାଲିଛି ।
ଏହି ଟ୍ରେନ୍ କୋଲକାତା ର ହୁଗୁଳି ନଦୀ ଭିତରେ ଚାଲିବ । ସେଥିପାଇଁ ୫୨୦ ମିଟର ଲମ୍ବା ଏବଂ ପାଖାପାଖି ୩୦ ମିଟରର ଗଭୀର ସୁଢଙ୍ଗ ନିର୍ମାଣ କରାଯାଇଛି, ଯାହାକୁ ପାର୍ କରିବା ପାଇଁ କୋଲକାତା ମେଟ୍ରୋକୁ ହାରାହାରି ଗୋଟେ ମିନିଟ୍ ସମୟ ଲାଗିବ ।
ଏନେଇ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି କି, ଭାରତର ପ୍ରଥମ ଅଣ୍ଡର ୱାଟର ଟ୍ରେନ୍ ବହୁତ ଶୀଘ୍ର କୋଲକାତାର ହୁଗୁଳି ନଦୀ ତଳେ ଚାଲିବା ଆରମ୍ଭ ହେବ । ଉକ୍ରୃଷ୍ଟ ଇଂଜିନିୟରିଂ ର ଉଦାହରଣ ଏହି ଟ୍ରେନ୍ ଦେଶରେ ପ୍ରଗତିର ପ୍ରତିକ । ଏହାଦ୍ୱାରା କୋଲକାତା ବାସୀଙ୍କ ସୁବିଧା ଏବଂ ଦେଶ ପାଇଁ ଗର୍ବ ଅନୁଭବ ହେବ ।
भारत की पहली अंडर वॉटर ट्रेन शीघ्र ही कोलकाता में हुगली नदी के नीचे चलना आरंभ होगी। उत्कृष्ट इंजीनियरिंग का उदाहरण यह ट्रेन देश में निरंतर हो रही रेलवे की प्रगति का प्रतीक है।
इसके बनने से कोलकाता निवासियों को सुविधा, और देश को गर्व का अनुभव होगा। pic.twitter.com/MDzj42s5XZ
— Piyush Goyal (@PiyushGoyal) August 8, 2019
ଭିଡିଓରେ ଆହୁରୀ ମଧ୍ୟ କୁହାଯାଇଛି କି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ କୋଲକାତାର ଲୁଣିଆ ହ୍ରଦ ସେକ୍ଟର ୫ ରୁ ହାୱାଡା ମଇଦାନ ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରସ୍ତୁତ । ଏହାକୁ ଦୁଇଟି ଫେଜ୍ ରେ ବଣ୍ଟାଯାଇଛି । ସେହିପରି ଖୁବ୍ ଶୀଘ୍ର ସାଧାରଣ ଜନତାଙ୍କ ପାଇଁ ଫେଜ୍ ୧ କୁ ଚାଲୁ କରାଯିବ । ଏହି ଟ୍ରେନ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।