ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶରେ ରେଲୱେ ପରିଯୋଜନାର ଘୋଷଣା ପାଇଁ ଇନ୍ଦୌରରେ ପହଁଚିଛନ୍ତି କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋୟଲ । ସେଠାରେ ସେ ଘୋଷଣା କରିଛନ୍ତି କି, ଆଇଆରସିଟିସି ଅନୁଯାୟୀ ଉଜୈନରୁ ମହାକାଳ ଏବଂ ବାରଣାସୀରୁ କାଶୀ ବିଶ୍ୱନାଥ ଯିବା ପାଇଁ ଇନ୍ଦୌର ଖୁବ୍ ଶୀଘ୍ର ଟ୍ରେନ୍ ଯାତାୟତ କରିବ ।
ପିୟୁଷ ଗୋୟଲ କହିଛନ୍ତି କି, ଏହି ଟ୍ରେନ୍ ଯାତ୍ରୀଙ୍କୁ ସୁବିଧା ପ୍ରଧାନ କରିବ ଏବଂ ଇନ୍ଦୌରରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରାଇବାରେ ବି ସହାୟକ ହେବ । ଏହି ଟ୍ରେନ୍ ଦେଶରେ ଚାଲୁଥିବା ୧୫୦ ଘରୋଇ ଟ୍ରେନ୍ରେ ସାମିଲ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ରେଲୱେ କ୍ଷେତ୍ରରେ ବିକାଶର ବୃଦ୍ଧି ବଢାଇବା ପାଇଁ ଘରୋଇ କ୍ଷେତ୍ରର ସହଯୋଗ ନିତ୍ୟାନ୍ତ ଜରୁରୀ । ଦେଶରେ ଆଜି ବି କିଛି ଟ୍ରେନ୍ ଅଛି ଯାହା ଅଶୋକ କୁମାରଙ୍କ ଗୀତ ‘ରେଲଗାଡି’ ଗଳି ଛୁକ୍ ଛୁକ୍ ମାନେ ଧୀରେ ଧୀରେ ଚାଲୁଛି । ମାତ୍ର ଘରୋଇ କ୍ଷେତ୍ର ସହାୟକରେ ମନ୍ଥର ଗତିରେ ଚାଲୁଥିବା ଟ୍ରେନ୍ ଗୁଡିକ ଦୃତ ଗତିରେ ଚାଲୁଥିବା ମେମୁ ଟ୍ରେନ୍ ଏବଂ ଇଲେକ୍ଟ୍ରିକ୍ ଟ୍ରେନ୍ ଭଳି ଚାଲି ପାରିବ । ଯେୁଉଁଭଳି ଭାବେ ମୁମ୍ବାଇର ଉପନଗର ଅଞ୍ଚଳରେ ଯାତ୍ରୀ ଟ୍ରେନ୍ ଚାଲୁଛି ।