ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାର୍ବଣ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ଖୁସୀ ଖବର ଆଣିଛି ଭାରତୀୟ ରେଲୱେ । ରେଲୱେ ପକ୍ଷରୁ ଅଧିକ ସ୍ପେଶାଲ ଟ୍ରେନ ଚଲାଇବାର ନିଷ୍ପତି ନିଆଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଆଜିଠାରୁ ୩୯୨ ଟି ସ୍ପେଶାଳ ଟ୍ରେନ ଗଡିବ ।
ପଶ୍ଚିମ ରେଲୱେ ମୁତାବକ, ଏହି ୩୯୨ ସ୍ପେଶାଲ ଟ୍ରେନ ମଧ୍ୟରୁ ପାଞ୍ଚ ଯୋଡି ଟ୍ରେନ ବାନ୍ଦ୍ରା ଟର୍ମିନସରୁ , ଦୁଇ-ଦୁଇ ଯୋଡି ଇନ୍ଦୌର ଏବଂ ଓଧନାରୁ ଚାଲିବ । ସେହିପରି ଗୋଟେ ଗୋଟେ ଯୋଡି ଓଖା,ପୋରବନ୍ଦର ଏବଂ ଗାନ୍ଧୀଧାମ ଷ୍ଟେସନରୁ ଚାଲିବ । ଏହି ସମସ୍ତ ଟ୍ରେନ ରିର୍ଜଭେସନ ହେବ ।
ରେଲୱେ ଦ୍ୱାରା ଏହି ସମସ୍ତ ସ୍ପେଶାଲ ଟ୍ରେନର ବିଶେଷ ଭଡା ଆଦାୟ କରାଯିବ । ଯଦି ଆପଣ ବି ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଧ୍ୟାନ ରଖନ୍ତୁ କି ବୁକିଂ ଆଜିଠାରୁ ୨୨ ଆକ୍ଟୋବର ମଧ୍ୟରେ କରି ପାରିବେ । କିନ୍ତୁ ଯାତ୍ରା ସମୟରେ ସମସ୍ତ ସୁରକ୍ଷା ନିୟମ ପାଳନ କରିବା ବାଧ୍ୟତାମୂଳକ ।
ଦଶହରା, ଦୀପାବଳୀ ଏବଂ ଛଟ ପୂଜାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ଘୋଷଣା କରାଯାଇଛି କି ଅକ୍ଟୋବର ଏବଂ ନଭେମ୍ବର ମଧ୍ୟରେ ୩୯୨ ଟି ସ୍ପେଶାଲ ଟ୍ରେନ ଚଲାଯିବ । ଏହି ଟ୍ରେନ ଗୁଡିକ ଆଜିଠୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ।