ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଦେଶର ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ଏବେ ଅଣ୍ଟା ଭିଡିଛି ରେଲୱେ । ସେହିପରି ରେଲୱ ଦ୍ୱାରା ଅକ୍ସିଜେନ ଅଭାବକୁ ଦୂର କରିବା ଏବଂ ଅକ୍ସିଜେନ ଏକ୍ସପ୍ରେସ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ଦାବି କରାଯାଉଛି । ମହାରାଷ୍ଟ୍ର ବ୍ୟତିତ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ରାଜ୍ୟ ସରକାର ମଧ୍ୟ ରେଲୱେରୁ ଅକ୍ସିଜେନ ଯୋଗାଣ ଦାବି କରିଛନ୍ତି ।
କେନ୍ଦ୍ରୀୟ ରେଳ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି, ବୋକାରରୁ ଲିକ୍ୱିଡ ଅକ୍ସିଜେନ୍ ଲୋଡ କରିବା ପାଇଁ ଅକ୍ସିଜେନ ଏକ୍ସପ୍ରେସକୁ ଲକ୍ଷେ୍ନøରୁ ବୋକାରକୁ ପଠାଯାଉଛି । ଯାହାଦ୍ୱାରା ଉତ୍ତରପ୍ରଦେଶରେ ଅକ୍ସିଜେନ ଯୋଗାଣ ନିଶ୍ଚିତ କରିବ । ସେହିପରି ମଧ୍ୟପ୍ରଦେଶରେ ଅକ୍ସିଜେନ ଦାବିକୁ ଦେଖି ସେଠି ମଧ୍ୟ ଟ୍ରେନ ଚଲାଯିବ ।