ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମ୍ବାଦିକତା କ୍ଷେତ୍ରରେ ବେଶ ପରିଚିତ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦବୀରୁ ଦେଇଛନ୍ତି ଇସ୍ତଫା । ଗତବର୍ଷ ଜୁଲାଇରେ ଡିଡିସିଏ ନିର୍ବାଚନ ହୋଇଥିବା ପୂର୍ବତନ କ୍ରିକେଟର ମଦନ ଲାଲଙ୍କୁ ୫୧୭ଖଣ୍ଡ ଭୋଟରେ ପରାସ୍ତ କରି ଡିଡିସିଏ ଭଳି ହାଇପ୍ରୋଫାଇଲ ପଦପାଇଁ ମନୋନିତ ହୋଇଥିଲେ ରଜତ ଶର୍ମା ।
ରଜତ ଶର୍ମା ଓ ସ୍ୱର୍ଗତ ଅରୁଣ ଜେଟଲୀ ଏକାଠି ଗୋଟିଏ କଲେଜରେ ପାଠ ପଢୁଥିଲେ । ଦୁହିଁଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିବା ବେଳେ ୨୦୧୯ର ଅଗଷ୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦେହାନ୍ତ ଘଟିଥିଲା । ତେଣୁ ତାଙ୍କ ସ୍ମୃତିରେ ରଜତ ଶର୍ମା ଡିଡିସିଏର ଅଧ୍ୟକ୍ଷ ହେବା ପରେ ଦିଲ୍ଲୀ ଫରୋଜଶାହ କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଅରୁଣ ଜେଟଲୀ ଷ୍ଟାଡିୟମ ନାମରେ ନାମିତ କରିଥିଲେ । ହେଲେ କେଉଁ କାରଣରୁ ରଜତ ଶର୍ମା ଇସ୍ତଫା ଦେଲେ ତାହାର କାରଣ ଅସ୍ପଷ୍ଟ ରହିଛି । କୁହାଯାଉଛି କି ନିକଟରେ ଡିଡିସିଏର ଅନ୍ୟତମ ନିର୍ଦ୍ଦେଶକ ମାନେ ବିଭିନ୍ନ ପ୍ରସ୍ତାବ ପାଳିତ କରି ରଜତ ଶର୍ମାଙ୍କ କ୍ଷମତାକୁ ସଙ୍କୁଚିତ କରି ଦେଇଥିଲେ। ଏହାପରେ ରଜତ ଶର୍ମାଙ୍କ ପାଖରେ ଅଧ୍ୟକ୍ଷ ପଦବୀ ଛଡ଼ା ଆଉ କୌଣସି କ୍ଷମତା ଏକ ପ୍ରକାର ନଥିଲା ତେଣୁ ହୁଏ ତ ଏଥିଯୋଗୁ ସେ ଇସ୍ତଫା ଦେଇଥିବେ ବୋଲି ଅନୁମାନ କରାଯାଉଛି ।