ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୀତି ଆୟୋଗର ଉପାଧ୍ୟକ୍ଷ ପଦରେ ଥିବା ରାଜୀବ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ସୁମନ କେ ବେରୀଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ମିଳିବ ବୋଲି ସୂଚନା ରହିଛି । ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି କି, ରାଜୀବ କୁମାରଙ୍କ ଇସ୍ତଫାକୁ ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ମଞ୍ଜୁରୀ ଦେଇଛି । ୩୦ ଏପ୍ରିଲ ୨୦୨୨ ରେ ତାଙ୍କୁ କାର୍ଯ୍ୟମୁକ୍ତ କରାଯିବ ।
ରାଜୀବ କୁମାରଙ୍କ ସ୍ଥାନରେ ୧ ମେ ୨୦୨୨ ରେ ଡ.ସୁମନ କେ ବେରିଙ୍କୁ ଆଗାମୀ ଆଦେଶ ଯାଏଁ ନୀତି ଆୟୋଗର ଉପାଧ୍ୟକ୍ଷ ନିଯୁକ୍ତି କରିବାକୁ ମଞ୍ଜୁରୀ ଦିଆଯାଇଛି ।