ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ସେ ବୁଧବାର କ୍ରାଞ୍ଜି ଯୁଦ୍ଧ ସ୍ମାରକ ଯାଇ ସେଠାରେ ଦ୍ୱିତୀୟ ବିଶ୍ୱର ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି କି, ସିଙ୍ଗାପୁରରେ ଆଜି କ୍ରାଞ୍ଜି ଯୁଦ୍ଧ ସ୍ମାରକ ବୁଲିବା ସହ ସେଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି । ସେ ଆହୁରୀ ମଧ୍ୟ କହିଛନ୍ତି ବାହାଦୁର ପୁରୁଷ ଏବଂ ମହିଳାଙ୍କ ବିରତ୍ୱ ତଥା ବଳିଦାନର ଗଭୀର ଭାବନାକୁ ପ୍ରଣାମ ।
ପ୍ରକୃତରେ ଏହି କ୍ରାଞ୍ଜି ସ୍ମାରକ ଭାରତ, ବ୍ରିଟେନ୍, ଅଷ୍ଟ୍ରେଲିୟା , କାନାଡା, ଶ୍ରୀଲଙ୍କା, ମଲାୟା, ନେଦରଲାଣ୍ଡ ଏବଂ ନ୍ୟୁଜ୍ଲାଣ୍ଡର ପୁରୁଷ ଏବଂ ମହିଳାଙ୍କୁ ସର୍ମପିତ । ଯେଉଁମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ସେନାଙ୍କ ସହ ସିଙ୍ଗାପୁର ଏବଂ ମଲାୟା ପାଇଁ ଯୁଦ୍ଧ କରି ସହିଦ ହୋଇଥିଲେ ।