ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନିଆ ଫ୍ରାନ୍ସରେ ଗସ୍ତରେ ଯାତ୍ରା କରିଥିବା ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଫ୍ରାନ୍ସିସ ରକ୍ଷା କମ୍ପାନୀ ସହିତ ବୈଠକ କରିବେ । ଏହି ଅବସରରେ ସେ ମେକଇନ୍ ଇଣ୍ଡିଆ, ଟେକ୍ନୋଲଜି ଟ୍ରାନ୍ସଫର ସହିତ ରକ୍ଷା ସହଯୋଗର ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।
ରିପୋର୍ଟ ମୁତାବକ, ବିଜୟା ଦଶମୀ ଏବଂ ଭାରତୀୟ ବାୟୁସେନାର ସ୍ଥାପନା ଦିବସ ଅବସରରେ ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ମିଳି ଯାଇଛି । ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାଇସ ଚିଫ୍ ମାର୍ସଲ ହରଜିତ୍ ସିଂ ଅରୋଡା ମଙ୍ଗଳବାର ଦିନ ଫ୍ରାନ୍ସିସ ର ୱାର୍ଡୋକ୍ସ ରେ ପହଁଚିଥିଲେ, ସେଠାରେ ‘ହ୍ୟାଣ୍ଡଓଭର ସେରେମୋନି’ ରେ ଭାରତକୁ ରାଫେଲ ହସ୍ତାନ୍ତର କରିଥିଲା ଫ୍ରାନ୍ସ ।
ସେହିପରି ପ୍ରଥମ ରାଫେଲ ର ନାଁ ବାୟୁସେନା ପ୍ରମୁଖ ରାକେଶ ଭଦୌରିୟାଙ୍କ ନାଁ ଅନୁଯାୟୀ ‘ଆରଭି-୦୦୧’ ରଖା ଯାଇଛି । ସେପଟେ ରାଫେଲ ଗ୍ରହଣ କରିବା ପରେ ରାଜନାଥ ସିଂ କହିଛନ୍ତି, ଆମ ପାଖରେ ବିଶ୍ୱର ସବୁଠାରୁ ବଡ ୪ର୍ଥ ବାୟୁସେନା ଅଛି । ମୋ ମତରେ ରାଫେଲ ଆମକୁ ଆହୁରି ମଜବୁତ କରିବ ।