ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫ୍ରାନ୍ସରେ ଯୁଦ୍ଧ ବିମାନ ରାଫେଲ ସହିତ ଶସ୍ତ୍ର ପୂଜା କରିବେ କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୃହମନ୍ତ୍ରୀ ଥିବା ସମୟରେ ବି ରାଜନାଥ ସିଂ ପ୍ରତ୍ୟେକ ବର୍ଷ ଶସ୍ତ୍ର ପୂଜା କରିଥାନ୍ତି । ଗତ ବର୍ଷ ବି ସେ ବିଏସଏଫ୍ ଯବାନଙ୍କ ସହିତ ବିକାନେର ରେ ଶସ୍ତ୍ର ପୂଜା କରିଥାନ୍ତି ।
ଫ୍ରାନ୍ସ ଯାତ୍ରା ଅବସରରେ ରାଜନାଥ ସିଂ ରାଫେଲ ନେବା ପରେ ଫ୍ରାନ୍ସିସ ସରକାର ଅଧିକାରୀଙ୍କ ସହିତ ରକ୍ଷା ଏବଂ ଅନ୍ୟ ସହଯୋଗ ଉପରେ ବୈଠକ କରିବେ ।
ଭାରତୀୟ ବାୟୁସେନାର କ୍ଷମତାକୁ ବଢାଇବ ଏହି ରାଫେଲ ଯୁଦ୍ଧ ବିମାନ । ଏହା ଆକାଶମାର୍ଗରେ ଗେମଚେଞ୍ଜର ପ୍ରମାଣିତ ହେବ ବୋଲି କୁହାଯାଉଛି ।
ସେପଟେ ଅକ୍ଟୋବର ୮ ରେ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଭାରତକୁ ରାଫେଲ ବିମାନକୁ ସମର୍ପଣ କରାଯିବ ।