ୟୁପି ( ଏଟିଆର ବ୍ୟୁରୋ) : ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଯୋଗଦେଇ ଜନତାଙ୍କୁ ସମ୍ଭୋଧନ କରି କହିଛନ୍ତି ଭାରତୀୟ ସଂସ୍କୃତି ଆଧାର ଶ୍ରୀରାମ । ଆଜି କେବଳ ରାମଙ୍କ ଜନ୍ମଭୂମିରେ ନୁହେଁ ବରଂ ସାରା ବିଶ୍ୱରେ ଏଧ୍ୱନି ଗୁଞ୍ଜରିତ ହେଉଛି । ଯୁଗ ଯୁଗର ଅବସାନ ଆଜି ଘଟିଛି ।
ର୍ନିମାଣ ହେବାକୁ ଥିବା ରାମ ମନ୍ଦିର ଭକ୍ତି ଏବଂ ଜାତୀୟ ଆବେଗର ସଂଙ୍କେତ ହେବ । ରାମ କେବଳ ଭାରତର ଦର୍ଶନ-ବିଶ୍ୱାସ-ଆଦର୍ଶ ଇଶ୍ୱରରେ ଅଛନ୍ତି । ସୂଚନାଯୋଗ୍ୟ ଭୂମି ପୂଜନର ଶୁଭ ମୁହୂର୍ତ୍ତ ୧୨ଟା ୪୪ ଥିଲା । ୧୨ଟା ୭ରେ ମୋଦୀ ଭୂମି ପୂଜନ ପାଇଁ ପହଁଚିଥିଲେ । ୨ ମିନଟ ମଧ୍ୟରେ ଭୂମି ପୂଜନ ଆରମ୍ଭ ହୋଇଯାଇଥିଲା । ଆଜିର ଭୂିପୂଜନ କାର୍ଯ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍ ମଧ୍ୟ ପୂଜାରେ ସାମିଲ ଥିଲେ ।