ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଜୋର ସୋରରେ ଆରମ୍ଭ ହୋଇଛି । ଏହି ମାମଲାରେ ଫେବୃଆରୀ ୨୯ରେ ଅଯୋଧ୍ୟା ଗସ୍ତ କରିବେ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା । ସେ ଅଯୋଧ୍ୟା ଆସି ରାମଙ୍କ ଦର୍ଶନ କରିବେ ଏବଂ ରାମ ଜନ୍ମଭୂମି ପରିସର ନିୟମନ୍ତ୍ରଣ କରିବେ ।
ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ହେବା ପରେ ସେ ପ୍ରଥମ ଥର ଅଯୋଧ୍ୟା ଗସ୍ତ କରିବେ । ଏହାପୂର୍ବରୁ ଟ୍ରଷ୍ଟର ଅନେକ ସଦସ୍ୟ ଅଯୋଧ୍ୟା ପହଁଚି ସାରିଛନ୍ତି । ଟ୍ରଷ୍ଟର ସଦସ୍ୟ ମାନଙ୍କ ସହିତ ନୃପେନ୍ଦ୍ର ମିଶ୍ରା ସାକ୍ଷତ କରିବେ ।
ନୃପେନ୍ଦ୍ର ମିଶ୍ରାଙ୍କ ଅଯୋଧ୍ୟା ଗସ୍ତ ପରେ ହିଁ ରାମଙ୍କୁ ନୂତନ ଅସ୍ଥାୟୀ ଭବନରେ ସ୍ଥାନାନ୍ତରିତ କରିବାର ଯୋଜନାକୁ ଅନ୍ତିମ ରୂପ ଦିଆଯିବ । ସେହିପରି ରାମମନ୍ଦିର ନିର୍ମାଣ ସହ ଜଡିତ ଅନ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା କରିବେ ନୃପେନ୍ଦ୍ର ମିଶ୍ରା । ଯେଉଁଥି ପାଇଁ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ସବୁଠାରୁ ବଡ କଥା ହେଉଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗର୍ଭଗୃହରୁ ଅନ୍ୟତ୍ର ରାମଙ୍କୁ ସ୍ଥାନାନ୍ତରିତ କରିବାକୁ ପଡିବ । ଏହାପରେ ଯାଇ ଜମି ଉପରେ କାମ କରାଯିବ ।