ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଶୁଦ୍ଧ ପାଣିର ରାଙ୍କିଙ୍ଗ୍ ଜାରି କରିଛନ୍ତି କେନ୍ଦ୍ରୀୟ ଖାଦ୍ୟ ଏବଂ ଉପଭୋକ୍ତା ମାମଲାର ମନ୍ତ୍ରୀ ରାମ ବିଳାସ ପାଶୱାନ । ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି । ଏନେଇ ରାମ ବିଳାସ ପାଶୱାନ କହିଛନ୍ତି , ଆମେ କୌଣସି ଦେଶକୁ ଦୋଷ ଦେଉ ନାହୁଁ । ସାରା ଦେଶରୁ ପାଣିକୁ ନେଇ ଅଭିଯୋଗ ଆସୁଥିଲା । ଖରାପ ପାଣିରୁ ଆମକୁ ଦେଶକୁ ରକ୍ଷା କରିବାର ଅଛି ।
ଦିଲ୍ଲୀ ସମେତ ଦେଶର ୨୦ ଟି ରାଜ୍ୟରୁ ନିଆଯାଇଥିବା ପିଇବା ପାଣିର ନମୁନାର ଯାଞ୍ଚ ରିପୋର୍ଟ ଶନିବାର ପାଶୱାନ ଜାରି କରିଛନ୍ତି । ଏହି ରିପୋର୍ଟରେ ପ୍ରଥମ ନମ୍ବରରେ ରହିଛି ମୁମ୍ବାଇ । ସେହିପରି ଦ୍ୱିତୀୟ ନମ୍ବରରେ ହାଇଦ୍ରାବାଦ ଥିବା ବେଳେ ତୃତୀୟ ନମ୍ବରରେ ଭୁବନେଶ୍ୱର ରହିଛି । ମାତ୍ର ଦିଲ୍ଲୀର ପାଣି ସବୁଠାରୁ ଖରାପ ଥିବାର ରିପୋର୍ଟରୁ ଜାଣିବାକୁ ମିଳିଛି ।
ସୂଚନାଯୋଗ୍ୟ,ଗତ ମାସରେ ଦିଲ୍ଲୀର ପିଇବା ପାଣିର ନମୁନା ବିଏସଆଇ ର ପ୍ରାରମ୍ଭିକ ତଦନ୍ତରେ ଫେଲ ହୋଇଥିଲା । ଏହାପରେ ପାଶୱାନ କହିଥିଲେ କି ପ୍ରଧାନମନ୍ତ୍ରୀ ମୋଦି ୨୦୨୪ ସୁଧା ଦେଶର ପ୍ରତ୍ୟେକ ଘରେ ନଳ ଲଗାଇବା ଏବଂ ଶୁଦ୍ଧ ପାଣି ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେହି ଅନୁଯାୟୀ ଦେଶର ସମସ୍ତ ରାଜ୍ୟର ରାଜଧାନୀ ସମେତ ୧୦୦ ସ୍ମାର୍ଟ ସିଟି ଯୋଜନା ମୁତାବକ ଆସୁଥିବା ସହରରେ ପିଇବା ପାଣିର ଶୁଦ୍ଧତା ଯାଞ୍ଚ କରାଯାଉଛି । ତେବେ ଆସନ୍ତୁ ଜାଣିବା ଶୁଦ୍ଧ ପାଣି ପାଇଁ କେଉଁ ସହରର କେତେ ନମ୍ବରରେ ରହିଛି ।
୧- ମୁମ୍ବାଇ
୨- ହାଇଦ୍ରାବାଦ
୩- ଭୁବନେଶ୍ୱର
୪- ରାଞ୍ଚି
୫- ରାୟପୁର
୬- ଅମରାବତୀ
୭- ଶିମଲା
୮- ଚଣ୍ଡିଗଢ
୯- ତ୍ରିବେନ୍ଦ୍ରମ
୧୦- ପାଟଣା
୧୧- ଭୋପାଳ
୧୨- ଗୌହାଟି
୧୩- ବେଙ୍ଗାଲୁର
୧୪- ଗାନ୍ଧୀନଗର
୧୫- ଲକ୍ଷେ୍ନø
୧୬- ଜାମ୍ମୁ
୧୭- ଜୟପୁର
୧୮- ଡେହରାଡୁନ
୧୯- ଚେନ୍ନାଇ
୨୦- କୋଲକାତା
୨୧- ଦିଲ୍ଲୀ