ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ ) ; ରାମ ମନ୍ଦିର ନିର୍ମାଣକୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଛନ୍ତି ବଡ ବୟାନ । ଯଦି ଏବେ ରାମମନ୍ଦିର ନିର୍ମାଣ ନ କରାଯାଏ ତେବେ ପୁରା ଭାରତରେ ବିଦ୍ରୋହ ଦେଖାଯିବ ବୋଲି ରାମଦେବ କହିଛନ୍ତି । ଏହାସହ ରାମ ମନ୍ଦିର ନିର୍ମାଣ ନିଷ୍ପତି କୋର୍ଟରେ ନୁହେଁ ବରଂ ସଂସଦରେ ହେବ ବୋଲି ସେ କହିଛନ୍ତି । ସଂସଦରୁ ହିଁ ରାମ ମନ୍ଦିରର ନିର୍ମାଣର ରାସ୍ତା ବାହାରିପାରିବ ବୋଲି ରାମଦେବ ମନ୍ତବ୍ୟ ରଖିଛନ୍ତି ।
ଗତକାଲି ବାବା ରାମଦେବ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କ ସହ ସ୍ଥାନୀୟ ହରିଦ୍ୱାରରେ ଭୋଟ ଦେବା ପାଇଁଁ ପହଞ୍ଚିଥିଲେ । ସେ ଏହି ଅବସରରେ ମୋଦିଙ୍କୁ ସବୁଠୁ ବଡ ରାମଭକ୍ତ ବୋଲି କହିଛନ୍ତି । ସେ ଏହି ଅବସରରେ ରାମ ମନ୍ଦିର ନିର୍ମାଣକୁ ନେଇ କହିଛନ୍ତି , ସଂସଦ ହେଉ କି କୋର୍ଟ ହେଉ ଯଦି ରାମ ମନ୍ଦିର ନିର୍ମାଣ ନେଇ କୌଣସି ନିଷ୍ପତି ନ ନିଆଯାଏ ତେବେ ସାରା ଦେଶରେ ବିଦ୍ରୋହ ଦେଖିବାକୁ ମିଳିବ । ଏପରିକି ରାମ ମନ୍ଦିର ନିର୍ମାଣ ଏବେ ନୁହେଁ ତ କେବେ ନୁହେଁ ବୋଲି କହିଛନ୍ତି ।
ସେପଟେ ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଚାପ ପଡୁଛି । ଦେଖିବାକୁ ଗଲେ ଆଲୋଚନା ମଧ୍ୟମରେ ରାମ ମନ୍ଦିର ନିର୍ମାଣ ସମୟ ବିତିଗଲାଣି । ତେବେ ଅତିଶୀଘ୍ର ସଂସଦରେ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ରାମ ଦେବ କହିଛନ୍ତି ।
Uttarakhand: Baba Ramdev casts his vote for the local body elections, in Haridwar pic.twitter.com/uSZ7jKyqII
— ANI (@ANI) November 18, 2018
ସୁଚନାଯୋଗ୍ୟ , ଯଦି ରାମମନ୍ଦିର ନିର୍ମାଣ କରାନଯାଏ ତେବେ ଦେଶରେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେବ ବାରଣାସୀରେ ବାବା ରାମଦେବ କହିଥିଲେ । ସାରା ଦେଶରେ ଏବେ ରାମମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ରାମଦେବଙ୍କ ଏପରି ମନ୍ତବ୍ୟ ରାଜନୀତିକୁ ସରଗରମ କରିଛି ।