ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ପ୍ରକାଶ ପାଇବ ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ । ଏହି ଅବସରରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ରାୟ ପ୍ରକାଶ ପାଇବା ପରେ କିଭଳି ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା ହେବ ସେ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି ।
ସେହିଭଳି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇବା ପୂର୍ବରୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗାଗୋଇଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପ୍ରଧାନ ବିଚାରପତିଙ୍କୁ ଏବେ ଜେଡ ପ୍ଲସ ସୁରକ୍ଷା ଦିଆଯାଉଛି । ବିଶେଷ କରି ସିଆରପିଏଫ ପୋଲିସ ଏହି ସୁରକ୍ଷା ଦେଇଥାନ୍ତି ।