ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ରାପିଡ ଟେଷ୍ଟି ପାଇଁ ଭାରତର ୭୬ ଟି କମ୍ପାନୀକୁ ମିଳିଛି ମନୁମତି । ଏହି ଅନମତି ମିଳିବା ଫଳରେ ଭାରତର ୭୬ ଟି କମ୍ପାନୀ କରୋନା ସଂକ୍ରମଣ ପାଇଁ ଆଣ୍ଟିବଡି ଟେଷ୍ଟିଂ କିଟର ଟେଷ୍ଟି କରି ପାରିବେ । ସୂଚନା ଅନୁସାରେ ସେଣ୍ଟ୍ରାଲ ଡ୍ରଗ କଣ୍ଟ୍ରୋଲର ଅର୍ଗାନାଇଜେସନ ୭୬ ଟି ଭାରତୀୟ କମ୍ପାନୀକୁ ଏହି ରାପିଡ ଟେଷ୍ଟିକୁ ଅନୁମତି ପ୍ରଦାନ କରିଛନ୍ତି । ଏହି ଟେଷ୍ଟି ହେବା ଫଳରେ କରୋନା ଫଳାଫଳ ଶୀଘ୍ର ମିଳିପାରିବ । ରାପିଡ ଟେଷ୍ଟିିଂ ସ୍କିନିଂ ଟେଷ୍ଟିଂ ଠାରୁ ଭଲ ।
ସବୁଠାରୁ ବଡ କଥା ହେଉଛି ଏହା ଫଳରେ କରୋନା ଟେଷ୍ଟିଂ ଶୀଘ୍ର ହୋଇ ପାରିବ । ସୂଚନାଯୋଗ୍ୟ ଆଜି ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୫୯ ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୨୦ ରେ ପହଞ୍ଚିଛି । ସେହିଭଳି ୧୫୧୪ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଏବେ ସାରା ଦେଶରେ ୧୦୮୨୪ ଟି ଆକ୍ଟିଭ କେସ ରହିଛି ।