ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା କାଲି ଅନଲାଇନ ବାଇକ ସେବା ପ୍ରଦାନ କରୁଥିବା ସଂସ୍ଥା ରାପିଡୋ ରାଜଧାନୀ ବାସୀଙ୍କୁ ମାଗଣା ସେବା ଯୋଗାଇବ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ କଥାଟି ସତ ।
ଆସନ୍ତା କାଲି ଦିଲ୍ଲୀ ନିର୍ବାଚନ ପାଇଁ ବାଇକ ସେବା ପ୍ରଦାନକାରୀ ସଂସ୍ଥା ରାପିଡୋ, ରାଜଧାନୀ ଦିଲ୍ଲୀରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ସେବା ଯୋଗାଇବ । ଭୋଟ କେନ୍ଦ୍ରର ୩କିଲୋମିଟର ଭିତରେ ରାପିଡୋ ଏହି ସେବା ଯୋଗାଇବ ବୋଲି ଘୋଷଣା କରିଛି ।
ଆସନ୍ତା କାଲି ଦିଲ୍ଲୀର ସମସ୍ତ ୭୦ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଭୋଟ କେନ୍ଦ୍ରର ୩କିଲୋମିଟର ପରିସର ମଧ୍ୟରେ ହିଁ ରାପିଡୋ ଦ୍ୱାରା ମାଗଣା ଦେବା ଉପଲବ୍ଧ ହେବ ।