ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ଏ ବୋବେଡଙ୍କ ନେତୃତ୍ୱାଧିନ ୩ ଜଣିଆ ଖଣ୍ଡପୀଠ ଆଜି ରଥଯାତ୍ରା ଉପରେ ଶୁଣାଣୀ କରୁଛନ୍ତି । ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଖଣ୍ଡପୀଠରେ ସାମିଲ ଅଛନ୍ତି । ନଗପୁରରୁ ଭିଡିଓ କନଫେନ୍ସିଂ ଦ୍ୱାରା ଜଷ୍ଟିସ ଏସ୍ ଏ ବୋବେଡ ଶୁଣାଣୀ କରୁଛନ୍ତି । ତେବେ ରଥଯାତ୍ରାକୁ କେନ୍ଦ୍ର ସରକାରଙ୍କ ସମର୍ଥନ କରିଛନ୍ତି । କୋଭିଡ ନିୟମକୁ ପାଳନକରି ରଥଯାତ୍ରା କରିବା ସପକ୍ଷରେ କେନ୍ଦ୍ର ସରକାର ଅଛନ୍ତି । ବିନା ଭକ୍ତରେ ରଥଯାତ୍ରାକୁ ଅନୁମତି ଦେବା ପାଇଁ କେନ୍ଦ୍ରର ସହମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ଲଢୁଛନ୍ତି । ତୁଷାର ମେହେଟ୍ଟାଙ୍କ କହିଥିଲେ ଯେ, ଶହଶହ ବର୍ଷର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି । ଗଜପତି ମହାରାଜଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ ରଥଯାତ୍ରା ବନ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ଆବେଦନକୁ ହାଇକୋର୍ଟ ଖାରଜ କରି ରାଜ୍ୟ ସରକାର ରଥଯାତ୍ରା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା । ଏହାପରେ ଆବେଦନକାରୀ ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ଅପିଲ କରିଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପକ୍ଷରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ କୁହାଯାଇଥିଲା ।ଏହା ସହ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକ ମାନେ ସମାବେଶ ହେବାର ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୁ ଆମକୁ କ୍ଷମା କରିବେ ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।