ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-ଟୋଣ୍ଟି ବିଶ୍ୱ କପ । ଏଥିରେ ଭାରତୀୟ ଦଳର ଅଂଶ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ।
ତେବେ ଧୋନୀ କ୍ରିକେଟ ଜଗତରୁ ସନ୍ୟାସ ନେଇ ଆଉ ଟେଷ୍ଟ ସିରିଜ୍ ଖେଳୁନାହାନ୍ତି । କିନ୍ତୁ ୱାନଡେ ମ୍ୟାଚ ଖେଳି ଭାରତକୁ ଅନେକ ବିଜୟ ଦେଇଛନ୍ତି ।
ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ଟି-ଟୋଣ୍ଟି କ୍ୟାରିୟର ଏବେ ମଧ୍ୟ ଅଛି । ଏକ ଘରୋଇ ନ୍ୟୁଜ ଚ୍ୟାନେଲ କୁ ସାକ୍ଷାତକାର ଦେଇ ରବି ଶାସ୍ତ୍ରୀ ଏଭଳି କହିଛନ୍ତି । ତେବେ ରବି ଶାସ୍ତ୍ରୀଙ୍କ ଏହି ମତ କ୍ରିକେଟ ପ୍ରେମୀ ମାନଙ୍କ ମନରେ ଧୋନୀଙ୍କ ଖେଳିବା ନେଇ ଆଶା ସୃଷ୍ଟି କରିଛି ।
ମହେନ୍ଦ୍ର ସିଂ ଧୋନୀ ଦୁଇଦୁଇ ଥର ଭାରତକୁ ବଶ୍ୱ କପ ବିଜୟୀ କରାଇଥିଲେ ମଧ୍ୟ ସେ କେବେ ହେଲେ ନିଜର ପ୍ରଭାବକୁ ଦଳ ଉପରେ ପକାଇ ନାହାନ୍ତି । ସେ ସର୍ବଦା ଦଳ ସହିତ ମିଶି ଦଳର ମତ ନେଇ ଖେଳିଥାନ୍ତି ବୋଲି ରବି ଶାସ୍ତ୍ରୀ କହିଛନ୍ତି ।