ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ରବିଶ କୁମାରଙ୍କୁ ଫିନଲାଣ୍ଡରେ ଭାରତର ନୂତନ ରାଜଦୂତ ଭାବେ ନୀଯୁକ୍ତି କରାଯାଇଛି । ଏନେଇ ବୁଧବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ମନ୍ତ୍ରାଳୟର ବୟାନ ମୁତାବକ, ୧୯୯୫ ବ୍ୟାଚ୍ ର ଆଇଏଫଏଓ ଅଧିକାରୀ ତଥା ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ରବିଶ କୁମାରଙ୍କୁ ଫିନଲାଣ୍ଡରେ ଭାରତର ନୂତନ ରାଜଦୂତ ଭାବେ ନିଯୁକ୍ତି କରାଯାଇଛି । ଏହାସହିତ ସେ ବହୁତ ଶୀଘ୍ର ତାଙ୍କ ତାଙ୍କ ଦାୟିତ୍ୱ ସମ୍ଭାଳି ପାରନ୍ତି ।
ରବିଶ କୁମାର ଅନେକ ଦିନ ଧରି ବିଦେଶ ମନ୍ତ୍ରାଳୟରେ ପ୍ରବକ୍ତା ରୂପେ କାମ କରି ଆସିଛନ୍ତି ।