ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା କରିଛନ୍ତି । ସେହିଅନୁଯାୟୀ ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।
ଏହାସହିତ ଏହି ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତରେ ରହିବ ବୋଲି ପୂର୍ବାନୁମାନ କରାଯାଉଛି ।
ସେହିପରି ମୁଦ୍ରାସ୍ଫୀତି ଆହୁରି ଅଧିକ ବୃଦ୍ଧି ହୋଇପାରେ । ଏବେ ଦେଶର ଅର୍ଥନୀତିରେ ସୁଧାର ଆସିଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।