ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସୀ ଖବର । ଏଣିକି ଆଉ କେୱାଇସି ତଥା ଡକ୍ୟୁମେଣ୍ଟ ଅପଡେଟ କରିବା ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କ ଯିବାକୁ ପଡିବ ନାହିଁ । ଘରେ ବସି କରି ପାରିବେ କେୱାଇସି ଓ ଡକ୍ୟୁମେଣ୍ଟ ଅପଡେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି, ଆକାଉଣ୍ଟର କୌଣସି ପରିବର୍ତ୍ତନ ପାଇଁ ବ୍ୟାଙ୍କକୁ ଗ୍ରାହକମାନେ ଆତ୍ମ-ଘୋଷଣା କରିପାରିବେ । ଏହି ଘୋଷଣାକୁ ମଞ୍ଜୁରୀ ପାଇଁ ବ୍ୟାଙ୍କ ଗୁଡିକୁ କୁହାଯାଇଛି ।
ବ୍ୟାଙ୍କ ଶାଖା ପରିଦର୍ଶନ ନକରି ବିଭିନ୍ନ ଅଣ-ମୁହାଁମୁହିଁ ଚ୍ୟାନେଲ ଯଥା ଇମେଲ-ଆଇଡି, ମୋବାଇଲ୍ ନମ୍ବର, ଏଟିଏମ୍, ଡିଜିଟାଲ୍ ଚ୍ୟାନେଲ୍ (ଅନଲାଇନ୍ ବ୍ୟାଙ୍କିଙ୍ଗ୍ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ / ମୋବାଇଲ୍ ଆପ୍) ମାଧ୍ୟମରେ ବ୍ୟକ୍ତିଗତ ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଆରବିଆଇ କହିଛି। ।)