ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଟିଏମ ଟ୍ରାଞ୍ଜାକ୍ସନ ସହ ଜଡିତ ନିୟମରେ ପରିବର୍ତ୍ତନ ନିମନ୍ତେ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) । ୧ ଜାନୁଆରୀ ୨୦୨୨ ଠାରୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଏଟିଏମରୁ ଟଙ୍କା ଉଠାଇବା ଉପରେ ଗ୍ରାହକଙ୍କୁ ପ୍ରତ୍ୟେକ କାରବାର ପାଇଁ ୨୦ ଟଙ୍କା ପଦଳରେ ୨୧ ଟଙ୍କା ଦେବାକୁ ପଡିବ ।
ଅବଶ୍ୟ ଆରବିଆଇ ପକ୍ଷରୁ କୁହାଯାଇଛି କି, ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ମାସରେ ଏଟିଏମରୁ ଟଙ୍କା ଉଠାଇବାରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ବଳବତ୍ତର ରହିବ । ମେଟ୍ରୋ ସହରରେ ଥିବା ଅନ୍ୟ ବ୍ୟାଙ୍କର ଏଟିଏମରୁ ତିନି ଏବଂ ଅଣ ମେଟ୍ରୋ ସହରରେ ୫ ଟି ମାଗଣା ଟ୍ରାଞ୍ଜାକ୍ସନ କରିପାରିବେ । ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ କାରବାର ପାଇଁ ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ୧୫ ରୁ ୧୭ ଟଙ୍କା ଏବଂ ଅଣ ଆର୍ଥିକ କାରବାର ପାଇଁ ୫ ରୁ ୬ ଟଙ୍କା ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି।