ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ମହଙ୍ଗା ହୋଇପାରେ ଗୃହଋଣ । କାରଣ ଚଳିତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଏକ ନିଷ୍ପତି ପରେ ସମସ୍ତ ସରକାରୀ, ବେସରକାରୀ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ଗୃହଋଣ ଉପରେ ସୁଧ ଦର ବଢାଇବାର ଘୋଷଣା କରିପାରନ୍ତି ।
ଆଜ୍ଞା ହଁ ଅଗଷ୍ଟ ୩ ରୁ ୫ ମଧ୍ୟରେ ଆରବିଆଇ ର ମନିଟାରୀ ପଲିସି କମିଟି ବୈଠକ ହେବାକୁ ଯାଉଛି । କୁହାଯାଉଛି କି ଏହି ବୈଠକରେ ରେପୋ ରେଟ୍ ରେ ୨୫ ରୁ ୫୦ ବେସିସ ପଏଣ୍ଟ ବୃଦ୍ଧିର ଘୋଷଣା କରିପାରେ ଆରବିଆଇ । ଯଦି ଏପରି ହୁଏ ତେବେ ବ୍ୟାଙ୍କର ଗୃହ ଋଣଠୁ ନେଇ ପାଠପଢା ଋଣ ନେବା ମହଙ୍ଗା ପଡିବ । ସେହିପରି ଲୋକଙ୍କର ଇଏମଆଇ ଆହୁରି ମହଙ୍ଗା ହୋଇଯିବ ।