ନୂଆଦିଆ(ଏଟିଆର ବ୍ୟୁରୋ): କରୋନା ମୁକାବିଲା ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ବୈଠକରେ ସାଧାରଣ ଜନତାଙ୍କ ଆଶ୍ୱସ୍ତି ପାଇଁ ସେ ଅନେକ ବଡ ଘୋଷଣା କରିଛନ୍ତି । ସେହିଅନୁଯାୟୀ ରେପୋ ରେଟ୍ ରେ ୭୫ ବେସିସ ପଏଣ୍ଟ ହ୍ରାସ କରିଛନ୍ତି । ଏହି ରେପୋ ରେଟ୍ ହ୍ରାସ ହେବା ପରେ ନୂତନ ରେପୋ ରେଟ୍ ୪.୪ ହୋଇ ଯାଇଛି । ଏହାର ପ୍ରଭାବ ଆପଣମାନଙ୍କ ଇଏମଆଇ ଉପରେ ପଡିବ । ଏହାସହିତ ରିଭର୍ସ ରେପୋ ରେଟ୍ ରେ ବି ୯୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି । ସେହିପରି କ୍ୟାଶ ରିଜର୍ଭ ରେଶିଓରେ ୧୦୦ ବେସିସ୍ ପଏଣ୍ଟହ୍ରାସ କରାଯାଇ ୩ ପ୍ରତିଶତ କରାଯାଇଛି । । ଏହାକୁ ଏକବର୍ଷ ଅବଧି ପାଇଁ କରାଯାଇଛି ।
ଏହି ବୈଠକରେ ଶକ୍ତିକାନ୍ତ ଦାସ କହିଛନ୍ତି କି, କରୋନା ମହାମାରୀର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡିପାରେ । କରୋନା ପାଇଁ ଦେଶରେ ମାନ୍ଦା ସ୍ଥିତି ବଢିପାରେ । ଏହାସହିତ ଏଭଳି ସ୍ଥିତିରେ ତିନିମାସର ଇଏମଆଇ ଟାଳିବା ପାଇଁ ବ୍ୟାଙ୍କ ଗୁଡିକୁ ପରାମର୍ଶ ଦେଇଛନ୍ତି ।