ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କରୋନ ସଙ୍କଟରେ ଗତି କରୁଥିବା ଆର୍ଥିକ ବ୍ୟବସ୍ଥାକୁ ନେଇ ବଡ ଘୋଷଣା କରିଛନ୍ତି । ସେ ଏହି ସମ୍ମିଳନୀରେ ରିଭର୍ସ ରେପୋ ରେଟ୍ ହ୍ରାସ କୁ ନେଇ ଘୋଷଣା କରିଛନ୍ତି । ଏହାସହିତ ବଜାରରେ ଯେପରି ନଗଦ ସଙ୍କଟ ନ ଆସୁ ସେନେଇ ୫୦ ହଜାର କୋଟିର ଅତିରିକ୍ତ ସହାୟତାର ଘୋଷଣା କରିଛନ୍ତି ।
ସମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତ ଦାସ କହିଛନ୍ତି, କରୋନା ସଙ୍କଟ ମଧ୍ୟରେ ବ୍ୟାଙ୍କ ଗୁଡିକ ସମସ୍ତ ସ୍ଥିତି ଉପରେ ନଜର ରଖିଛନ୍ତି । ପାଦେ ପାଦେରେ ନିଷ୍ପତି ନିଆଯାଉଛି ।
– କରୋନାକୁ ନେଇ ଆରବିଆଇ ପୁରା ସତର୍କ । ବୈଷୟିକ ଅର୍ଥ ବ୍ୟବସ୍ଥା ପାଇଁ ୨୦୨୦ ବର୍ଷ ସବୁଠାରୁ ମାନ୍ଦା ବର୍ଷ ।
– ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ୪.୪ ପ୍ରତିଶତରେ ସ୍ଥିର ରହିଛି ।
– ରିଭର୍ସ ରେପୋ ରେଟ୍ ୦.୨୫ ରୁ ହ୍ରାସ କରାଯାଇ ୩.୭୫ କରାଯାଇଛି ।
– ଆରବିଆଇ ପକ୍ଷରୁ ନାବାର୍ଡା ପାଇଁ ୨୫ ହଜାର କୋଟି, ଏସଆଇଡିବିଆଇ କୁ ୨୫ ହଜାର କୋଟି, ନ୍ୟାସନାଲ ହାଉସିଂ ବ୍ୟାଙ୍କିଂକୁ ୧୦ ହଜାର କୋଟି ଦେବାକୁ ଘୋଷଣା କରାଯାଇଛି ।
– ଦେଶରେ ପ୍ରର୍ଯ୍ୟାପ୍ତ ପରିମାଣର ବିଦେଶୀ ମୁଦ୍ରା ରହିଛି ।
– ଜି୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଭଲ ରହିଛି ।
– ଆନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଅନୁସାରେ ଦେଶର ଆର୍ଥିକ ବୃଦ୍ଧି ଦର ୧.୯ ପ୍ରତିଶତ ରହିଛି ।
– ଦେଶରେ ୯୧ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ହେଉଛି ।